ଡ୍ରିଲ ସମୟରେ ଅଚେତ ହେଲେ ୩ ଛାତ୍ରୀ, ମେଡିକାଲରେ ଭର୍ତ୍ତି
ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଗ୍ରାମପଞ୍ଚାୟତରେ ସରକାରଙ୍କ ପକ୍ଷରୁ ୨୦୧୯ ରୁ ଖୋଲା ଯାଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଜାମୁଢିଆରେ ୨୨୩ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । ଶନିବାର ପୂର୍ବାହ୍ନରେ ଡ୍ରିଲ ସମୟରେ ୨୦୦ ପିଲା ଭାଗ ନେଇଥିଲେ । ସେଥିରେ ପାଖାପାଖି ୧୫ ପିଲା ସାମାନ୍ୟ ଅସୁସ୍ଥ ହୋଇଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୩ ଛାତ୍ରୀ ଅଚେତ ହୋଇଜାଇଥିଲେ । ତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ ନୀଳଗିରି ମେଡିକାଲରେ ଭର୍ତି କରିଥିଲେ ସ୍କୁଲ କତ୍ତୃପକ୍ଷ। ତିନି ଛାତ୍ରୀ ହେଲେ ହରପ୍ରିୟା ପାତ୍ର, ଜ୍ୟୋସ୍ନାରାଣୀ ବେହେରା, କବିତା ଜେନା, ସଭିଙ୍କୁ ନୀଳଗିରି ମେଡିକାଲ ରେ ଚିକିର୍ଷା କରାଯାଉଛି। ଛାତ୍ରୀ ମାନେ ଦୁଇ ଜଣ ନବମ ଶ୍ରେଣୀ ଓ ଜଣେ ଅଷ୍ଟମ ଶ୍ରେଣୀରେ ବୋଲି ଜଣାପଡିଛି।
ତେବେ ଏ ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ କରୁଣାକର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସକାଳ ସ୍କୁଲରେ ଡ୍ରିଲ ନୁହଁ ବରଂ ପିଲା ବହୁତ ଦୂର ଦୁରାନ୍ତରୁ ଆସି ସକାଳ ୭ଟାପୂର୍ବରୁ ଆସିଥାନ୍ତି। ଦୁର ଦୁରାନ୍ତରୁ ଆସୁଥିବା ଓ ଘରୋଇ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ନଖାଇ ଆସୁଥିବାରୁ ପେଟରେ ଗେସ ଫଳରେ ଏଭଳି ସ୍ଥିତି ଉପୁଜିଛି ବୋଲି କହିଥିଲେ। ଅନ୍ୟପକ୍ଷରେ ସମସ୍ତ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଘରୋଇ ହଷ୍ଟେଲରେ ଖାଦ୍ୟ ବୋଲି ସାଧାରଣରେ ଚର୍ଚା ହେଉଛି। କାରଣ ଉକ୍ତ ଆଦ୍ରର୍ଶ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ହଷ୍ଟେଲ ସମ୍ପୂର୍ଣ୍ଣ ହୋଇଥିବା ବେଳେ ହଷ୍ଟେଲକୁ ଚାଲୁ କରାଜାଉନାହିଁ । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀଙ୍କ କତୃପକ୍ଷ ଆଦର୍ଶ ବିଦ୍ୟାଳୟର ଆଖ ପାଖ ଅଞ୍ଚଳରେ ଖୋଳାଜାଇଥିବା ଘରୋଇ ହଷ୍ଟେଲରେ ବାଧ୍ୟ ବଧତା ମଧ୍ୟରେ ରଖିଦେଉଛନ୍ତି। କିଛି କିଛି ଛାତ୍ର ଛାତ୍ରୀ ୧୦ରୁ ଉର୍ଦ୍ଧ୍ବ କିଲୋମିଟର ଦୂରରୁ ସାଇକେଲ ଯୋଗେ ମଧ୍ୟ ଆସୁଛନ୍ତି। ତେବେ ସମସ୍ତଙ୍କ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଛତୁ ଫୁଟିଲା ଭଳି ଖୋଲା ଯାଇଥିବା ଘରୋଇ ହଷ୍ଟେଲ ଓ ଏଠାରେ ପରଶୁ ଥିବା ଖାଦ୍ୟ ଉପରେ ପ୍ରଶାସନ ଦୃଷ୍ଟି ନଦେବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଞ୍ଚଳ ବାସୀ କ୍ଷଭ ପ୍ରକାଶ କରିବା ସହ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ହଷ୍ଟେଲ ଖୋଲିବାକୁ ଦାବି ହେଉଛି।
