ଜୈବ ନିରାପତ୍ତା ବଳୟ ଉଲ୍ଲଂଘନ କରି ଶ୍ରୀଲଙ୍କା ଦଳରୁ ବାହାର ହେଲେ ୩ ଖେଳାଳି
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍ ଦଳ। ଜୈବ ନିରାପତ୍ତା ବଳୟ ଉଲ୍ଲଂଘନ କରିବା ତିନି ଖେଳାଳିଙ୍କୁ ମହଙ୍ଗା ପଡିଲା। ଏହି ଭୁଲ୍ ପାଇଁ ଶ୍ରୀଲଙ୍କା ତିନି ଖେଳାଳିଙ୍କୁ ଦଳରୁ ବାହାର କରି ଦେଇଛି। ଇଂଲଣ୍ଡ ଗସ୍ତରେ ଥିବା ବେଳେ ଖେଳାଳି କୁଶଲ ମେଣ୍ଡିସ, ଓ୍ଵିକେଟ୍ କିପର ନିରୋଶାନ ଡିକଓ୍ଵାଲେ ଓ ଓପନିଂ ବ୍ୟାଟସମ୍ୟାନ ଧନୁଷ୍କା ଗୁଣଥିଲକାଙ୍କୁ ସ୍ଵଦେଶ ଫେରି ଯିବାକୁ ଆଦେଶ ଦିଆଯାଇଛି। ଶ୍ରୀଲଙ୍କା ଟିମର ୩ଜଣ ଖେଳାଳି ବାୟୋ ବବଲ ନିୟମକୁ ଅବମାନନା କରି ବାହାରେ ବୁଲୁଥିଲେ। ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଚିବ ମୋହନ ଡି ସିଲଭା କହିଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟକାରୀ କମିଟି କୁଶଲ ମେଣ୍ଡିସ, ଧନୁଷ୍କା ଗୁଣାଥିଲକା ଓ ନିରୋଶନ ଡିକଓ୍ଵାଲେଙ୍କୁ ଜୈବ ନିରାପତ୍ତା ବଳୟ ଉଲ୍ଲଘଂନ କରିଥିବା ଅଭିଯୋଗରେ ଦଳରୁ ନିଲମ୍ବିତ କରିଛି। ଏଥିସହିତ ତୁରନ୍ତ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Familiar faces in Durham tonight, enjoying their tour! Obviously not here to play cricket, this video was taken at 23.28 Sunday. Disappointing performance by these cricket players but not forgetting to enjoy their night at Durham. RIP #SrilankaCricket #KusalMendis #ENGvSL pic.twitter.com/eR15CWHMQx
— Nazeer Nisthar (@NazeerNisthar) June 28, 2021
ସୂଚନା ଯେ, ଶ୍ରୀଲଙ୍କାର ଦୁଇ ଷ୍ଟାର କ୍ରିକେଟର ନିରୋଶାନ ଡିକୱାଲେ ଓ କୁଶଲ ମେଣ୍ଡିସଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। କରୋନା ସମୟରେ ବାୟୋବବଲ୍ ନିୟମକୁ ଭାଙ୍ଗି ଏହି ଦୁଇ ଖେଳାଳି ରାତି ଅଧରେ ରାସ୍ତା ଉପରେ କୌଣସି ନିଶାଦ୍ରବ୍ୟ ହାତରେ ଧରିଥିବାର ଦେଖିବାକୁ ମିଳୁଛି। ଭିଡିଓରେ କୁଶଲ ମେଣ୍ଡିସ୍ ହାତରେ କୌଣସି ନିଶା ଦ୍ରବ୍ୟ ଧରିଛନ୍ତି ଓ ପାଖରେ ଅଛନ୍ତି ମେଣ୍ଡିସ୍। ହାତରେ ଧରିଥିବା କିଛି ଜିନିଷକୁ ମେଣ୍ଡିସ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ର ମୁଖ୍ୟ ଶମ୍ମି ଡି ସିଲଭ କହିଛନ୍ତି, ଏହି ମାମଲାର ଯାଞ୍ଚ କରାଯାଉଛି। ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ସଂପନ୍ନ ହୋଇଛି। ଶ୍ରୀଲଙ୍କା ଦଳ ୦-୩ରେ ସିରିଜ ପରାଜିତ ହୋଇଛି। ୨୦୨୦ ଅକ୍ଟୋବର ପରଠୁ ଶ୍ରୀଲଙ୍କା କ୍ରମାଗତ ୫ଟି ଟି-୨୦ ଶୃଙ୍ଖଳା ହାରି ସାରିଛି। ଏବେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ।
