କାବୁଲ ବିମାନବନ୍ଦରରୁ ଟେକ ଅଫ କରିବା ପରେ ବିମନାରୁ ଖସି ୩ ମୃତ
କାବୁଲ : ଆଫଗାନିସ୍ତାନ ତାଲିବାନ ଦଖଲରେ ଆସିବା ପରେ ଦେଶ ଛାଡିବା ପାଇଁ ଲୋକେ ଡହଳ ବିକଳ । ଏହାରି ଭିତରେ ସାମ୍ନାକୁ ଆସୁଛି ଏକ ହୃଦୟ ବିଦାରକ ଘଟଣା । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଯେଉଁଠି ୩ ଯୁବକଙ୍କ ଜୀବନ ଯିବାର କରୁଣ ଚିତ୍ର ଦେଖିବାକୁ ମିଳିଛି । ବିମାନ ଉଡାଣ ବେଳେ ଖସିପଡିଲେ ୩ ଜଣଙ୍କ ଜୀବନ ଚାଲିଯାଇଛି ।
Crazy if true. Reports that locals near Kabul airport claimed three young men who were holding onto the tires of an airplane as it took off, fell onto people’s homes as the aircraft ascended. pic.twitter.com/FjuOJ1luYy
— Arwa Ibrahim (@arwaib) August 16, 2021
ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏମିତି ତରବରିଆ ଭାବେ ୩ ଯୁବକ ବିମାନ ଚଢିବାର ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା । ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ । କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ପତନ ସହିତ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି । ଛାତିଥରା ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
