ସୂର୍ଯ୍ୟମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ
କୋଣାର୍କ : ସୂର୍ଯ୍ୟମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ । ପ୍ରବେଶ ପାଇଁ ଟିକେଟ୍ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି । ଅନ୍ଲାଇନ୍ ଟିକେଟ କାଉଣ୍ଟର ଅଚଳ ଯୋଗୁଁ ଗେଟ୍ ନିକଟରେ ଉତ୍ତେଜନା । ଟିକେଟ ହୋଇ ନପାରିବାରୁ ସିକ୍ୟୁରିଟିକୁ ଠେଲି ଭିତରେ ପଶିଲେ ପର୍ଯ୍ୟଟକ ।
କରୋନା ସଂକ୍ରମଣ ପରେ ଏବେ ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିର ଖୋଲିଛି । କୋଣାର୍କ ମନ୍ଦିର ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କିନ୍ତୁ ଆଜି ଏହିଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଅଶାନ୍ତିକର ପରିବେଶ ଦେଖାଦେଇଥିଲା । ପର୍ଯ୍ୟଟକମାନେ ପାଚେରୀ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଯାହାକି ଆଇନ୍ର ଉଲ୍ଲଂଘନ ଅଟେ ।
