ଚଳିତବର୍ଷ ସଅଳ ଆସିବ ମୌସୂମୀ, ୧୯ରେ ଛୁଇଁବ ଆଣ୍ଡାମାନ ଉପକୂଳ
Kannur: Monsoon clouds hover over Kannur, Kerala on June 10, 2016. (Photo: IANS)
ନୂଆଦିଲ୍ଲୀ : ସ୍ୱଭାବିକ ସମୟରେ ବା ତା’ଠୁ ଆଗୁଆ ଆସିପାରେ ମୌସୁମୀ ବର୍ଷା। ଆସନ୍ତା ୧୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ତରଙ୍ଗ ଆଣ୍ଡାମାନ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ୍ ଗତବର୍ଷ ଯେଉଁପରି ବିଳମ୍ବ ହୋଇଥିବା ଏଥର ସେ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରେ। ଗତବର୍ଷ ଜୁନ୍ ୮ ତାରିଖରେ ଭାରତର କେରଳ ଉପକୂଳକୁ ଛୁଇଁଥିଲା ମୌସୁମୀ ବାୟୁ। ଓଡ଼ିଶା ଛୁଇଁବା ବେଳକୁ ଆହୁରି ୧୫ ଦିନ ସମୟ ଲାଗିଥିଲା।
