ଚଳିତବର୍ଷ ବିନା ଭକ୍ତରେ କେବଳ ପୁରୀରେ ରଥଯାତ୍ରା
- ଏବର୍ଷ ମଧ୍ୟ ବିନା ଭକ୍ତରେ ଗୁଣ୍ଡିଚା ଯିବେ ୩ରଥ
ଭୁବନେଶ୍ୱର : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । ସେହିପରି ରଥଯାତ୍ରାରେ କେବଳ ସେବାୟତମାନେ ଭାଗ ନେଇପାରିବେ। ଯେଉଁ ସେବାୟତମାନେ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ। ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ। ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ। ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ପୁରା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ନୀତିକାନ୍ତି ହେବ । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷାକର୍ମାମାନେ ରଥ ଟାଣିବେ । ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ୍ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ ଦୁଇ ଡୋଜ୍ ଟିକା ନେଇଥିବେ। ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍ ସମେତ ଅନ୍ୟ ଯାନକୁ ପ୍ରବେଶ ମନା । ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କେବଳ ଡିଡି ଚ୍ୟାନେଲ୍କୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ । ଅନ୍ୟ କୌଣସି ଚ୍ୟାନେଲ୍କୁ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯିବନାହିଁ । ଦୂରଦର୍ଶନର ଫିଡ୍କୁ ନେଇ ଅନ୍ୟ ଟିଭି ଚ୍ୟାନେଲ୍ ପ୍ରସାରଣ କରିପାରିବେ ।
