ଚଳିତବର୍ଷ କରୋନା ସାଧାରଣ ଫ୍ଲୁ ପରି ହୋଇଯିବ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଜେନେଭା : ମହାମାରୀ କରୋନା ଚଳିତବର୍ଷ ଆଉ ମହାମାରୀ ହୋଇ ରହିବ ନାହିଁ । ଧୀରେଧୀରେ ଏହାର ବିପଦ ସାଧାରଣ ଫ୍ଲୁ ପରି ହୋଇଯିବ । କୋଭିଡ-୧୯ ଯୋଗୁଁ ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରକାଶ ପାଇଛି ।
ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଘେବ୍ରେସିୟସ ଜେନେଭାରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ବିଶ୍ୱାସ ଚିଳତ ବର୍ଷ ଅନ୍ତରାଷ୍ଟ୍ରୀୟ ଚିନ୍ତା ସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ରୂପେ କରୋନା ଶେଷ ହୋଇପାରେ । ଆମs ବର୍ତ୍ତମାନ ଏପରି ସ୍ଥିତିରେ ପହଞ୍ଚି ସାରିଛୁ, ଯେଉଁଠି ଆମେ କୋଭିଡ-୧୯କୁ ଏକ ସାଧାରଣ ଫ୍ଲୁ ରୂପେ ଦେଖିପାରିବା’ । ସେ କହିଛନ୍ତି ଯେ କରୋନା ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇ ହିଁ ରହିବ ।
ସେହିପରି ଭାଇରସ ଅଧିକ ସଂକ୍ରମିତ ହୋଇପାରେ, କିନ୍ତୁ ଗୁରୁତର ରୋଗର କାରଣ ହେବ ନାହିଁ । ୨୦୨୦ ମାର୍ଚ୍ଚ ୧୧ରେ କରୋନାରୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରାଯାଇଥିଲା । ତେବେ ଭାରତରେ କରୋନା ଭାଇରସର ଦୈନିକ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାର ୮୪୩ ନୂଆ ମାମଲା ଚିହ୍ନଟ କରାଯାଇଛି । ୧୨୬ ଦିନ ପରେ ଗୋଟିଏ ଦିନରେ ୮୦୦ରୁ ଅଧିକ କେସ୍ ଚିହ୍ନଟ ହୋଇଛି ।
