ଚେନ୍ନାଇ ପରାଜୟର ଅପରାଧୀ ୧୪ କୋଟି ଟଙ୍କାର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ
ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଗତ ଶୁକ୍ରବାର ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି । ୪ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ହାତରେ ୫ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍ରେ ୧୪ କୋଟି ଟଙ୍କାର ବୋଲର ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ସବୁଠାରୁ ବଡ଼ କାରଣ ହୋଇଥିଲେ । ଏହି ବୋଲରଙ୍କ ଗୋଟିଏ ଓଭର ଏହି ମ୍ୟାଚରେ ଦଳର ଡଙ୍ଗାକୁ ବୁଡ଼ାଇ ଦେଇଥିଲା ।
ଏହି ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସଆଗରେ ୧୭୯ ରନର ଟାର୍ଗେଟ ରଖିଥିଲା । ଏହି ଟାର୍ଗେଟକୁ ପିଛା କରି ଗୁଜୁରାଟ ଟାଇଟାନ୍ସ ୧୮ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ ସ୍କୋର କରିଥିଲା । ଏହି ମ୍ୟାଚ୍ ଚେନ୍ନାଇ ଆଡ଼କୁ ଯାଉଥିବା ପରି ମନେ ହେଉଥିଲା । ଏଭଳି ପରିସ୍ଥିତିରେ ଏମଏସ ଧୋନି ଦଳର ମହଙ୍ଗା ବୋଲର ଦୀପକ ଚହରଙ୍କ ଦ୍ୱାରା ଇନିଂସର ୧୯ତମ ଓଭର କରାଇଥିଲେ । କିନ୍ତୁ ଦୀପକ ଚହରଙ୍କ ଏହି ଓଭର ପୂରା ମ୍ୟାଚର ଦିଶାକୁ ପଲଟାଇ ଦେଇଥିଲା ।
ଯେତେବେଳେ ଦୀପକ ଚହର ଇନିଂସର ୧୯ ଓଭରରେ ବୋଲିଂ କରିବାକୁ ଆସିଥିଲେ । ଗୁଜୁରାଟ ଟାଇଟାନ୍ସ ମ୍ୟାଚ ଜିତିବା ପାଇଁ ୧୨ ବଲରେ ୨୩ ରନର ଆବଶ୍ୟକ କରୁଥିଲେ । ଏଭଳି ପରିସ୍ଥିତିରେ ଦଳ ଦୀପକ ଚହରଙ୍କଠାରୁ ଏକ ଭଲ ଓଭର ଆବଶ୍ୟକ କରୁଥିଲା, କିନ୍ତୁ ଦୀପକ ଚହର ଏହି ଓଭରରେ ୧୫ ରନ୍ ଖର୍ଚ୍ଚ କରି ଚେନ୍ନାଇ ସୁପର କିଙ୍ଗ୍ସଠାରୁ ମ୍ୟାଚକୁ ଦୂରେଇ ନେଇ ଯାଇଥିଲେ । ଦୀପକ ଚହରଙ୍କ ଏହି ଓଭରରେ ଗୁଜୁରାଟ ଟାଇଟାନ୍ସ ବ୍ୟାଟ୍ସମ୍ୟାନ୍ ମୋଟ ୨ଟି ଚୌକା ଓ ୧ଟି ଛକା ମାରି ତାଙ୍କ ଦଳ ସପକ୍ଷରେ ମ୍ୟାଚ୍ କରିଥିଲେ ।
ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇର ଏହି ଇନିଂସରେ ଋତୁରାଜ ଗାଇକୱାଡ ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।
