ଓଡ଼ିଶାକୁ ଖୁବଶୀଘ୍ର ଆସିବ ତୃତୀୟ ଲହର! ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର : ଓଡ଼ିଶାରେ ତୃତୀୟ ଲହର ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡିଶାରେ କୋରୋନାର ପ୍ରଥମ ଓ ଦ୍ବିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ, ତେବେ ଏହା ଖୁବଶୀଘ୍ର ଓଡିଶା ଆସିବ । ଫେବୃୟାରୀ ମାସ ବେଳକୁ ଏହା ପିକ୍ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ଦୁଇ ମାସ ବିଳମ୍ବରେ ଆସିଥିଲା। ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ ଖୁବଶୀଘ୍ର ଓଡ଼ିଶା ଆସିବ। ଫେବ୍ରୁଆରି ମାସ ଶେଷ ବେଳକୁ ଏହା ପିକ୍ ନେଇ ପାରେ। ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି। ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ରହିଛୁ। ରାଜ୍ୟର ସଙ୍ଗରୋଧ ସମୟ ୧୪ ଦିନ ରହିଛି। ସେଥିରେ କିଛି ପରିବର୍ତ୍ତନ ହୋଇନି। ଆମେରିକାରେ ଅବଶ୍ୟ ଏହି ନିୟମରେ ପରିବର୍ତ୍ତନ ହୋଇଛି।
ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢିଚାଲିଛି । ଓଡିଶାରେ ମଧ୍ୟ ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି । ତେଣୁ ଆଶଙ୍କ କରାଯାଉଛି କି, ଓଡିଶାରେ ଖୁବଶୀଘ୍ର ତୃତୀୟ ଲହର ଆସିବ ଏବଂ ଫେବୃୟାରୀରେ ପିକ୍ ଛୁଇଁବ । ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି । ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡିଆଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
