ରେମୁ ଅକ୍ଷୟ ତୃତୀୟା ମହୋତ୍ସବର ତୃତୀୟ ସନ୍ଧ୍ୟା
ବାଲିଆପାଳ : ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ରେମୁ ବିଜୟ ବାସୁଳୀ କ୍ଲବ ଆନୁକୂଲ୍ୟରେ ମଙ୍ଗଳବାର ଅକ୍ଷୟ ତୃତୀୟା ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ କମିଟିର ବରିଷ୍ଠ ସଦସ୍ୟ ମିହିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଏମ୍ପିଙ୍କ ପ୍ରତିନିଧି ମହେଶ୍ୱର ଜେନା, ମୁଖ୍ୟ ବକ୍ତା ଭାବରେ ଆଇନ୍ଜୀବୀ ତଥା ଭାଜପା ନେତା ସତ୍ୟଜିତ ମିଶ୍ର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଖବର ଦାତା ଅଜୟ କୁମାର ସାହୁ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଏହିପରି ଉତ୍ସବ ବା ମହୋତ୍ସବର ଆବଶ୍ୟକତା ରହିଛି । ଗ୍ରାମର ବିକାଶ ହେଲେ ଦେଶର ବିକାଶ ହେବ । ଦିନକୁ ଦିନ ଗ୍ରାମ୍ୟ ଜୀବନ ଧୀରେ ଧୀରେ ସହରାଭିମୁଖୀ ହେଉଛି । ଯାହା ଫଳରେ ଗାଁର ଅନୁଭୂତି ଆଗାମୀ ପିଢିଙ୍କ ପାଇଁ ସ୍ୱପ୍ନ ହେବ । ତେଣୁ ଗ୍ରାମ୍ୟ ଜୀବନକୁ ଉଦଯିବିତ କରିବା ସହିତ ଲୋକାୟିତ ପ୍ରତିଭାକୁ ଆଗକୁ ଆଣିବା ପାଇଁ ମହୋତ୍ସବର ଆବଶ୍ୟକତା ରହିଛି । ଏଥି ସହିତ ଗାଁରେ ପରସ୍ପର ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହିତ ଭାଇଚାରା ବଢ଼ାଇ ଥାଏ ବୋଲି ଆତିଥି ମାନେ କହିଥିଲେ ।
ମହୋତ୍ସବ କମିଟିର ସଦସ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଅତିଥିଙ୍କୁ ମଞ୍ଚ ଆହ୍ୱାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାଜ ସେବୀ ରବିନ୍ଦ୍ର କୁମାର ନନ୍ଦୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କମିଟି ପକ୍ଷରୁ ଅତିଥି ମାନଙ୍କୁ ଉତରିୟ ଓ ଜଗନ୍ନାଥଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜୟ ବାସୁଳୀ କ୍ଲବର ମୁଖ୍ୟ ତଥା ମହୋତ୍ସବ କମିଟର ଆବାହକ ଶିବାନନ୍ଦ ଦାସ ଅଧିକାରୀ, ଜଗଦୀଶ ଦାସ, ଗୌରଗୋପାଲ ବେହେରା, ଚିତ୍ତରଞ୍ଜନ ବିଶ୍ୱାଳ, ଯଶୋଦାନନ୍ଦନ ପଣ୍ଡା, ବାମନ ଦାସ, ବିଶ୍ୱନାଥ ଦାସ, ରଞ୍ଜନ ସାହୁ, ରଞ୍ଜନ ପଣ୍ଡା, ସଚିଦାନନ୍ଦ ଦାସ ଅଧିକାରୀ, ବିବେକାନନ୍ଦ ଦାସ ଅଧିକାରୀ, ନିତ୍ୟାନନ୍ଦ ଦାସ, ବସନ୍ତ ଦଳାଇ, ମାନସ ବେହେରା, ଜୀବନ କୃଷ୍ଣ ବେହେରା, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାପରେ ଶ୍ରଦ୍ଧା କ୍ରିଏଟିଭ୍ର ମେଲୋଡ଼ି କାର୍ଯ୍ୟକ୍ରମରେ ଦର୍ଶକ ବେଶ ମଜା ଉଠାଇଥିଲେ ।
୧- ବାଲିଆପାଳ- ବୁଧବାର- ମହୋତ୍ସବରେ ଉପସ୍ଥିତ ଅତିଥିଗଣ
