୪ ଟି ଜିଲ୍ଲା ଗଠନ ପାଇଁ ଦାବି ଆସିଛି : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଉ ୪ ଟି ଜିଲ୍ଲା ଗଠନ ପାଇଁ ଦାବି ଆସିଛି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନ ର ଲିଖିତ ଉତର ରଖି ପ୍ରମିଳା କହିଛନ୍ତି, ରାଜ୍ୟରେ ନୂତନ ରାଜସ୍ୱ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ଦାବିପତ୍ର ହସ୍ତଗତ ହୋଇଛି । ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି, ଟିଟିଲାଗଡ, ବରଗଡ ଜିଲ୍ଲାର ପଦ୍ମପୁର, କଳହାଣ୍ଡି ଜିଲ୍ଲାର ଧର୍ମଗଡକୁ ନୂଆ ରାଜସ୍ୱ ଜିଲ୍ଲା କରିବାକୁ ଦାବି ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡିକ ଉପରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।
