ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ କେତୋଟି ପ୍ରଫେସର ପଦବୀ ଖାଲି ରହିଛି ସେ ନେଇ ବିଧାନସଭାରେ ବିଜେଡି ବିଧାୟକ ଅମର ଶତପଥୀ ପ୍ରଶ୍ନ କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଉତ୍ତର ରଖି ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି ବୋଲି ସୂଚନା ଦେଇଛନ୍ତି ।
ଆଜି ଏହାର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ସେ ମଧ୍ୟରୁ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପଦବୀ ଏବଂ ରମାଦେବୀରେ ୧୦୧ଟି ପ୍ରଫେସର ପଦବୀ ଖାଲି ରହିଛି । ଏବେ ଖାଲି ପଡିଥିବା ପଦବୀ ପାଇଁ ଚୟନ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।
