ସ୍କୁଲ ହତାରୁ ସାଇକେଲ ଚୋରି ଉଦ୍ୟମ କରି ଧରାପଡ଼ିଲେ ଯୁବକ
ବାହାନଗା : ଗୁରୁବାର ଦିନ ୧୦ଟା ସମୟରେ ସାଇକେଲ ଚୋରି ଉଦ୍ୟମକରି ଧରାପଡ଼ି ଥାନାକୁ ଗଲେ ନୀଳଗିରି ଅଞ୍ଚଳର ଜଣେ ବ୍ୟକ୍ତି । ସୂଚନା ଅନୁସାରେ ଗୁରୁବାର ଦିନ ବାହାନଗା ବ୍ଲକ ବାହାନଗା ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନେ ସାଇକେଲ ଷ୍ଟାଣ୍ଡରୁ ଜଣେ ଯୁବକ ସାଇକେଲ ଚୋରି କରିବାକୁ ଉଦ୍ୟମ କରୁଥିଲା ବେଳେ ସ୍କୁଲର ଶିକ୍ଷୟତ୍ରୀ ମାନେ ଦେଖି ଯୁବକଟିକୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଯୁବକ ଜଣକ ଖସି ପଳାଇଯାଇଥିଲେ । ପରେ ସ୍କୁଲ ନିକଟସ୍ଥ ଜଣେ ଦୋକାନୀ ଯୁବକଟିକୁ ଧରି ସ୍କୁଲରେ ଜିମା ଦେଇଥିଲେ । ପରେ ସ୍କୁଲର ପ୍ରଧାନଶିକ୍ଷକ ଖନ୍ତାପଡ଼ା ଥାନାକୁ ଖବର ଦେବାପରେ ପୋଲିସ ଆସି ଯୁବକଟିକୁ ଥାନାକୁ ନେଇଯାଇଥିଲେ ।ଚୋରି ଉଦ୍ୟମ କରିଥିବା ଯୁବକ ଜଣକ ନୀଳଗିରି ବ୍ଲକ ଅଧିନସ୍ଥ ଗୁଜୁରାଶୁଳ ଗ୍ରାମର ବାବାଜି ସିଂଙ୍କ ପୁୃଅ ଉପେନ୍ଦ୍ର ସିଂ ବୋଲି ଜଣା ପଡ଼ିଛି । ପରେ ସ୍କୁଲର ପ୍ରଧାନଶିକ୍ଷକ ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଦୁଇଟି ସାଇକେଲ ଉକ୍ତ ସ୍ଲୁଲ ହତାରୁ ଚୋରି ହୋଇଛି ।
