କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ, ମୃତଦେହ ଉଦ୍ଧାର
କଟକ : କଟକ କାଠଯୋଡ଼ିରେ ଅଘଟଣ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଜଣେ ଯୁବକ । ବର୍ତ୍ତମାନ ସୁଦ୍ଧା ଯୁବକ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଏବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଗତକାଲି ରାତିରୁ ଯୁବକ ଜଣକ ମଦ୍ୟପାନ କରି ନିଖୋଜ ଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳୁ କାଠଯୋଡି ପୋଲ ଉପରୁ ତାଙ୍କ ସ୍କୁଟି ମିଳିଥିଲା । ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଲେ, ତାହାର ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଯେ, ବୁଧବାର ସକାଳ ସମୟରେ ଯୁବକ ଜଣଙ୍କ ସ୍କୁଟିରେ ଆସିଥିଲେ । ହଠାତ୍ କାଠଯୋଡ଼ି ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିଲେ । ନିକଟରେ ଯାଉଥିବା ସ୍ଥାନୀୟଲୋକ କିଛି କହିବା ପୂର୍ବରୁ ଯୁବକ ଜଣଙ୍କ ନଦୀକୁ ଡେଇଁପଡିଥିଲେ । ତେବେ ନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ଖାରବେଳ ନଗରର ସପନ କୁମାର ବେହେରା ବୋଲି ଜଣାପଡିଛି। ଅଘଟଣ ସଂପର୍କରେ ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
