ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ବାର୍ତା
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ – ପବିତ୍ର ରଥଯାତ୍ରା ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ।ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ । ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ । ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ ।
କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ରଥଯାତ୍ରା ସହ ନିହିତ ପବିତ୍ର ଓ ମହାନ ଆଦର୍ଶ ଆମମାନଙ୍କ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ଉତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ।
