ଇରାକରେ ଥିବା ଆମେରିକା ଦୂତାବାସ ଉପରେ ମିସାଇଲ ମାଡ଼, ଲାଗିଲା ନିଆଁ
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଶାନ୍ତିର ଚିହ୍ନ ନାହିଁ । ଏଥି ସହିତ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ମଧ୍ୟ ଏହି ଯୁଦ୍ଧକୁ ଡେଇଁପଡିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ଦୃଢ ପ୍ରତିକ୍ରିୟା ଦେଇଛନ୍ତି। ପୁଟିନ ଜିତିବେ ନାହିଁ ବୋଲି ସେ କହିଛନ୍ତି। ସେପଟେ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ। କ୍ୟାମ୍ପସ ଉପରକୁ ଘନ ଘନ ମିସାଇଲ୍ ମାଡ ହୋଇଛି। ବାଲାଷ୍ଟିକ ମିସାଇଲ ମାଡ ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି।
ଇଷ୍ଟର୍ଣ୍ଣ ୟୁରୋପିୟନ୍ ମିଡିଆ ନେକ୍ଟା ମୁତାବକ, ଇରାନ୍ ଅଞ୍ଚଳରୁ ଏରବିଲ୍ ଉପରେ ରକେଟ୍ ହମଲା ହୋଇଛି। ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ନାହିଁ।ସେପଟେ ଆଉ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏର୍ବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି।
