ଟ୍ରକ ଧକ୍କାରେ ଯୁବ ମେକାନିକଙ୍କର ଶୋଚନୀୟ ମୃତ୍ୟୁ
ଧର୍ମଶାଳା : ଟ୍ରକ ଧକ୍କାରେ ଯୁବ ମେକାନିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ୧୬ ନ ଜାତୀୟ ରାଜପଥ କୁଆଖିଆ ଥାନା ଅନ୍ତର୍ଗତ ବିଜୁ ନଗର ନିକଟରେ । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଘୋଲପୁର ଗ୍ରାମର ରାଜ କିଶୋର କରଙ୍କ ପୁଅ ଦିପକ(୩୨) ବୋଲି ଜଣାପଡିଛି । ପୁଲିସ ଟ୍ରକଟିକୁ ଜବତ କରିବା ସହ ମୃତ ଦେହକୁ ଜବତ କରି ଘଙଟଣାର ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ଆଜି ସକାଳ ୧୦ ଘଟିକା ସମୟରେ ବିଜୁ ନଗରଠାରେ ୧୬ ନଂ ଜାତୀୟ ରାଜପଥରେ କଡରେ ଏକ ଟାୟାର ଦୋକାନରେ କାର୍ଯ୍ୟରତ ଥିଲେ । ଏହି ସମୟରେ ସେ ରାସ୍ତା କଡରେ ଥିବା ଏକ ଟ୍ରକର ଟାୟାରରେ ପମ୍ପ ଦେବା ସମୟରେ ଦିପକ ଉପରେ ଏକ ଟ୍ରକ ଚଢିଯାଇଥିଲା । ରସୁଲପୁର ଅଜ୍ନୀଶମ ବିଭାଗ ତାଙ୍କୁ ଉଦ୍ଧାର କରି ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । କୁଆଖିଆ ପୁଲିସ ଘଟଣାସ୍ଥଳରୁ ୨ଟି ଟ୍ରକକୁ ଜବତ କରିବା ଶବ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡଚଣା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।
