ସନସାଇନ ଝୁମର ଟିମର ସଫଳତା
ବାରିପଦା : ଦୁର୍ଗାପୂଜା ଉପଲକ୍ଷେ ଝାରଖଣ୍ଡ ରାଜ୍ୟର ଟାଟାନଗର ଠାରେ ଓଡିଶା ଓ ଝାର୍ଡଖଣ୍ଡ ରାଜ୍ୟର କଳାକାରଙ୍କୁ ନେଇ ଏକ ଝୁମର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଝାର୍ଡଖଣ୍ଡ ରାଜ୍ୟର ଦୁଇଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଓଡିଶା ରାଜ୍ୟର ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓ ଶାମାଖୁଣ୍ଟା ବ୍ଲକ ଗୋଟିଏ ଲେଖାଏଁ ଦଳ ଅଂଶ ଗ୍ରହଣ କରିଥିଲେ ।ଯେଉଁଥିରେ ଶାମାଖୁଣ୍ଟା ବ୍ଲକର ସନସାଇନ ଝୁମର ନୃତ୍ୟ ଟିମର ନାରୀ କଣ୍ଠଶିଳ୍ପୀ ଉର୍ମିଳା ମହାନ୍ତ ଓ ତାଙ୍କ ଟିମ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଚକ୍ରଧରପୁର ବିଧାୟକ ସୁଖରାମ ଓଙ୍ଗବ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହ ଉପଢୌକନ ପ୍ରଦାନ କରିଥିଲେ ।
