ଦମନ ପଛର କାହାଣୀ କହିଲେ ତତତ୍କାଳିନ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ
ମାଲକାନଗିରି : ଏବେ ଓଡ଼ିଆ ଚଳଚିତ୍ର ଦମନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ତିଆରି କରାଯାଇଥିବା ଏହି ଚଳଚ୍ଚିତ୍ର ଏବେ ସମଗ୍ର ଓଡ଼ିଆଙ୍କ ହୃଦୟକୁ ଛୁଇଁଛି । ସମସ୍ତେ ଏହି ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ତତ୍ପରତା ଥିବାବେଳେ ଆଜି ଏହାର ପରଦା ପଛର କାହାଣୀକୁ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ ଅଧିକାରୀ ମନିଶ ଅଗ୍ରୱାଲା । ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ମାଲକାନଗିରିରେ ମ୍ୟାଲେରିଆ ଥିଲା ଅତ୍ୟନ୍ତ ବ୍ୟାପକ । କିପରି ଭାବରେ ତାକୁ କମ କରାଯାଇପାରିବ ସେ ଦିଗରେ ସେ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସମନ୍ଵୟ ବୈଠକ ଆୟୋଜନ କରିଥିଲେ ।ସେହିପରି ଅନ୍ୟ ବିଭାଗର ଅଧିକାରୀ,କର୍ମଚାରୀ, ଶିକ୍ଷକଶମାନଙ୍କୁ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା, କାର୍ଯ୍ୟକ୍ରମର ସମସ୍ତ ତଦାରଖ ତଥା ନିରୀକ୍ଷଣର ଦାୟିତ୍ଵ ଦେଇଥିଲେ । ସେହିପରି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀର ବ୍ୟବହାର ବିଷୟରେ ତଦାରଖ କରିଥିଲେ ।ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ରାତିରେ ମଶାରୀ ଟାଙ୍ଗିବାକୁ ଘଣ୍ଟି ବଯାଇଥିଲେ ।ଏହାଦ୍ବାରା ମଶାରୀର ବ୍ୟବହାର ଆଶାନୁରୂପ ଭାବରେ ବଢିଥିଲା । ପରବର୍ତ୍ତୀ ସମୟରେ ଏହାର ଏକ ଡକ୍ୟୁମେଣ୍ଟ କରିବା ପାଇଁ ସେ ତାଙ୍କ ବନ୍ଧୁଙ୍କୁ ଅନୁରୋଧ କରିଥିଲେ ।ପରେ ଏହା ଚଳଚ୍ଚିତ୍ରକୁ ରୂପାନ୍ତରିତ ହୋଇପପାରିଲା। ସେହିପରି 2017 ରେ ଆରମ୍ଭ କରାଯାଇଥିବା ଦମନ ଅଭିଯାନକୁ ତତ୍କାଳିନ ସ୍ଵାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ମଦନ ମୋହନ ପ୍ରଧାନଙ୍କ ଗବେଷଣା ଭିତ୍ତିକ ପରାମର୍ଶ ଏହାକୁ ଦୁର୍ଗମ ଅଞ୍ଚଳରେ ରୂପାନ୍ତରଣ କରିବା ପାଇଁ ନିଜେ ନେତୃତ୍ୱ ପ୍ରଦାନ କରିଥିଲେ ।ସେହିପରି ଦମନ କାର୍ଯ୍ୟକ୍ରମ କୁ ସମସ୍ତ ସ୍ତରରେ ବ୍ୟାପକତା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ ଠାରୁ ଆରମ୍ଭ କରି ଗାଆଁ କଲ୍ୟାଣ ସମିତି ର କର୍ମକର୍ତ୍ତା ଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିବା ମତ ପ୍ରକାଶ ପାଇଥିଲା । ଆଜିର କାର୍ଯ୍ୟକ୍ରମରେ ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥର କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ସଭାପତିତ୍ବ କରି ଦମନ ଚଳଚ୍ଚିତ୍ରକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ନିଶ୍ଚିତ ଚେଷ୍ଟା କରିବେ ବୋଲି ମତ ଦେଇଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡ ରାମସ୍ୱରୁପ ଶର୍ମା, ଡାକ୍ତର ମଦନ ମୋହନ ପ୍ରଧାନ ତଥା ବିଶ୍ଵବିଦ୍ୟାଲୟର କର୍ମଚାରୀ, ସମସ୍ତ ୩୦ ଜିଲ୍ଲାର ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା ଉପସ୍ଥିତ ରହିଥିଲେ। ସେମାନେ ଶ୍ରୀ ଅଗ୍ରୱାଲଙ୍କ ସହ ବାର୍ତ୍ତାଳାପ କରି ନିଜ ନିଜ ଜିଲ୍ଲାର ଦମନ ତଥା ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟର ଅଭିଜ୍ଞତା ବ୍ୟାଖ୍ୟାନ କରିଥିଲେ । ସେ ମାଲକାନଗିରି ଜିଲ୍ଲାର ମଶା ବାହିତ ରୋଗ ପରାମର୍ଶଦାତା ଅଜିତ ଦଳାଇ ଙ୍କୁ ପ୍ରଶଂସା କରିଥିଲେ ।ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ପ୍ରଫେସର ପଦ୍ମଶ୍ରୀ ଦାସ ଙ୍କ ସହ ସମସ୍ତେ ମନିଷ ଅଗ୍ରୱାଲଙ୍କୁ ଛିଡ଼ାହୋଇ ଅଭିବାଦନ ଜ୍ଞାପନ କରିଥିଲେ ଏଠାରେ ସୂଚନଯୋଗ୍ୟଯେ ମ୍ୟାଲେରିଆ ନିୟନ୍ତ୍ରଣ ରେ ବ୍ୟାପକ ସଫଳତା ହାସଲ କେବଳ ସ୍ଵାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା ଓ ବ୍ଲକ ସ୍ତରର ମଶା ବାହିତ ରୋଗ ବୈଷୟିକ ପରିଦର୍ଶକଙ୍କ ଦ୍ଵାରା ଏହା ହୋଇପାରିଛି । ଏଣୁ ସେମାନଙ୍କୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ସ୍ଵତନ୍ତ୍ର ପ୍ରୋତ୍ସାହନ ଦିଆଯିବା ସହ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଥିଲା।
