ରୋଗ ନିର୍ଣ୍ଣୟ ପରୀକ୍ଷା ପାଇଁ ୨୪୫୪ କୋଟି ବିନିଯୋଗ କରିବେ ରାଜ୍ୟ ସରକାର
ଭୁବନେଶ୍ଵର : ଗ୍ରାମ ଓ ସହରାଞ୍ଚଳର ପ୍ରାଥମିକ ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ରୋଗ ନିର୍ଣ୍ଣୟ ପରୀକ୍ଷା ପାଇଁ ସୁବିଧା ପ୍ରଦାନ କରାଯିବା ନିମନ୍ତେ ୨୦୨୧ରୁ ୨୦୨୬ ମଧ୍ୟରେ ପ୍ରାୟ ୨୪୫୪ କୋଟି ଟଙ୍କା ବିନିଯୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଗ୍ରାମ ଓ ସହରାଞ୍ଚଳର ପ୍ରାଥମିକ ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗ ନିର୍ଣ୍ଣୟ ପରୀକ୍ଷା ପାଇଁ ସୁବିଧା ପ୍ରଦାନ କରାଯିବା ନିମନ୍ତେ ୨୦୨୧ରୁ ୨୦୨୬ ମଧ୍ୟରେ ପ୍ରାୟ ୨୪୫୪ କୋଟି ଟଙ୍କା ବିନିଯୋଗ କରାଯିବ। ବ୍ଲକସ୍ତରରେ ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା, ରୋଗ ନିଦାନ ପାଇଁ ଭିତ୍ତିଭୂମି ଆଦି କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ। pic.twitter.com/ozn3RT4GRH
— I & PR Department, Odisha (@IPR_Odisha) June 29, 2021
ରାଜ୍ୟରେ କରୋନା ମହାମାରୀ କୁ ଦୃଷ୍ଟିରେ ସରକାର ମେଡିକାଲ ଭିତ୍ତିଭୁମି ଉନ୍ନତି ପାଇଁ ବ୍ଲକସ୍ତରରେ ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା, ରୋଗ ନିଦାନ ପାଇଁ ଭିତ୍ତିଭୂମି ଆଦି କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ। କରୋନା ମହାମାରୀ ସମୟରେ ରାଜ୍ୟରେ ମେଡିକାଲ ମାନଙ୍କରେ ରୋଗୀମାନଙ୍କର ଚିକିତ୍ସା ଏବଂ ବିଭିନ୍ନ ପରିକ୍ଷା ନିରିକ୍ଷା କରିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
