ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୂତୀ, ବୀରେନ୍ଦ୍ର, ଅନୁରାଧା ଓ କାଳୁଙ୍କ ନାଁ ସୁପାରିସ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର-୨୦୧୧ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୪ କ୍ରୀଡ଼ା ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି । କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ପୂର୍ବତନ ସ୍ପ୍ରିଣ୍ଟର ଅନୁରାଧା ବିଶ୍ବାଳ ଓ କୋଚ କାଳୁଙ୍କ ନାଁ କ୍ରୀଡ଼ା ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟକୁ ସୁପାରିସ କରିଛି ।
ସୂଚନା ଯେ, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ସେହିପରି ଲୋକପ୍ରିୟ ହକି କୋଚ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କାଳୁ ଚରଣ ଚୌଧୁରୀଙ୍କ ନାମ ସୁପାରିସ ହୋଇଥିବା ଜଣାଯାଇଛି । ସେହିପରି କିଟ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ମାଇନିଂ କର୍ପୋରେସନକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଦିଆଯିବା ପାଇଁ ସୁପାରିସ କରାଯାଇଛି । ସେହିପରି ଜୀବନବ୍ୟାପୀ ସଫଳତା ପାଇଁ ଧ୍ଯାନ ଚାନ୍ଦ ପୁରସ୍କାର ପାଇଁ ରାଜ୍ୟ ସରକାର ପୂର୍ବତନ ସ୍ପ୍ରିଣ୍ଟର ତଥା ପୂର୍ବତନ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କୁ ସୁପାରିଶ କରିଛନ୍ତି। ଡ୍ରୋନାଚାର୍ଯ୍ୟ ପୁରସ୍କାର ପାଇଁ ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ମନୋନୀତ କରାଯାଇଛି।
