ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍ ରେ ଅନୁଷ୍ଠିତ ହେବ ବୈଠକ । ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭିଡିଓ କନଫରେନ୍ସ ( ଭିସି ) ଜରିଆରେ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଏବଂ ବାହାରେ ଥିବା ମନ୍ତ୍ରୀମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍ ଫରେନ୍ସିଂ ଜରିଆରେ କ୍ୟାବିନେଟ୍ ବୈଠକରେ ସାମିଲ ହେବେ।
ଏଥିରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି । ପଞ୍ଚାୟତିରାଜ, ଅର୍ଥ, ରାଜସ୍ବ, ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି। ପୂର୍ତ୍ତ ବିଭାଗର ଏକାଧୂକ କାର୍ଯ୍ୟାଦେଶ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି ଏହାକୁ ବାଦ୍ ଦେଲେ ଅର୍ଥ , ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗର ପ୍ରସ୍ତାବ ଗୁଡିକ ମଧ୍ୟ ଆଲୋଚନା ହେବ । ଖରିଫ ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ନିଯୁକ୍ତି ସଂମ୍ପର୍କିତ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନିଂ ମାଧ୍ୟମରେ ନବୀନ ନିବାସରୁ ବୈଠକରେ ଯୋଡି ହେବେ । ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ବୈଠକରେ ଯୋଗ ଦେବେ।
