ଫିଲ୍ମ ‘ରନ୍ୱେ-୩୪’ର ସୁଟିଂ ଶେଷ, ଏହି ତାରିଖରେ ରିଲିଜ ହେବ
ମୁମ୍ବାଇ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନ ‘ରନ୍ୱେ-୩୪’ର ସୁଟିଂ ଶେଷ କରିଛନ୍ତି । ଏଥିରେ ଅଜୟଙ୍କ ସହିତ ଅନ୍ୟ କଳାକାର ଭାବେ ବିଗ ବି ଅମିତାଭ ବଚ୍ଚନ, ବୋମାନ ଇରାନୀ, ରାକୁଲ ପ୍ରୀତ ସିଂ ଓ ଅଙ୍ଗିରା ଧର ପ୍ରମୁଖ ନଜର ଆସିବେ । ଫିଲ୍ମ ସୁଟିଂ ଶେଷ ହେବା ସମ୍ପର୍କରେ ଅଜୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଦେଇଛନ୍ତି ସୂଚନା ।
ଏହି ପୋଷ୍ଟରେ ଦେବଗନ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସୁଟିଂ ଶେଷ କରି ସାଥୀ କଳାକାର ଇରାନୀ ଓ ଅନ୍ୟ କଳାକାରଙ୍କ ସହିତ ଭୋଜନ କରୁଥିବା ଦେଖିବାକୁ ମିଳିଛି । ଦେବଗନ କ୍ୟାପସନରେ ଲେଖିଛନ୍ତି ଯେ, “ଆମେ ଫ୍ଲାଇଟ୍ ଖାଦ୍ୟ (ଘରକୁ ଆସିବାକୁ ଥିବା ଫ୍ଲାଇଟ ପୂର୍ବର ଖାଦ୍ୟ)କୁ ମଧ୍ୟ ଧ୍ୟାନପୂର୍ବକ ଖାଇଥାଉ । ଏଠାରେ ‘ରନ୍ୱେ-୩୪’ର ସୁଟିଂ ଶେଷ ହୋଇଛି । ଆପଣମାନଙ୍କ ସହିତ ଫିଲ୍ମରେ ଦେଖା” ନିଜ ଫ୍ୟାନ୍ସଙ୍କ ପାଇଁ ଏପରି ଲେଖିଛନ୍ତି ଅଜୟ । ଏଥିରେ ଅଜୟ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୨୦୦୮ର “ୟୁ ମି ଔର ହମ୍” ଓ “ଶିବାୟ ” ପରେ ଏହା ହେଉଛି ଦେବଗନଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ । ଏହି ଫିଲ୍ମଟି ଆସନ୍ତା ୨୦୨୨ ଏପ୍ରିଲ ୨୯ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି ।
