ଯୁକ୍ତ୨ ଅଫଲାଇନ୍ ପରୀକ୍ଷା ପାଇଁ ସୂଚୀ ଜାରି
ଭୁବନେଶ୍ୱର : ଚଳିତବର୍ଷ ଯୁକ୍ତ୨ ସ୍ୱତନ୍ତ୍ର ଅଫଲାଇନ୍ ପରୀକ୍ଷା ପାଇଁ ସୂଚୀ ଜାରି ହୋଇଛି । କିଭଳି ଛାତ୍ରଛାତ୍ରୀ ଆସି କରୋନା କଟକଣା ମଧ୍ୟରେ ପରୀକ୍ଷା ଦେବେ ସେନେଇ ସାନି ତାରିଖ ସହ ବିଭିନ୍ନ ସୁଚନା ଜାରୀ କରାଯାଇଛି । ପ୍ରାକ୍ଟିକାଲ୍ ରେକର୍ଡ଼ ଦାଖଲ ପାଇଁ ଆସନ୍ତା ୨୨ରୁ ୨୯ ତାରିଖ ଯାଏଁ ସମୟ ଦିଆଯଇଛି । ଏହି ତାରିଖ ମଧ୍ୟରେ ଛାତ୍ରଛାତ୍ରମାନେ କରିଥିବା ରେକର୍ଡ଼କୁ କଲେଜରେ ଆସି ଦେବେ । ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରତ୍ୟେକ ପୁର୍ବରୁ ଅନଲାଇନ୍ରେ ପରୀକ୍ଷା ହୋଇଥିବା ବେଳେ ବର୍ତ୍ତମାନ କିନ୍ତୁ ଛାତଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ଦେବେ ଏନେଇ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଆୟୋଜନ ହେବ ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । ସୁଚନା ଅନୁସାରେ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ପାଇଁ ଆବେଦନ କରିଥିବା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଲିଖିତ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହେବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରତିଦିନ ସକାଳ ୧୦ଟାରେ ଆରମ୍ଭ ହୋଇ ୧ଟା ଯାଏଁ ଚାଲିବ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ଦିଆଯିବ ।
