ଆଜିଠୁ ଚଳାଚଳ କରିବ ସମତା ଏକ୍ସପ୍ରେସ
ଭୁବନେଶ୍ୱର : ଯାତ୍ରୀଙ୍କ ସୁବିଧା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଚାହିଦାକୁ ଦୃଷ୍ଟିରେ ରଖି ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସର ସେବାକୁ ସାମୟିକ ବାତିଲ ପରିବେର୍ତେ ପୁନଃ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଛି । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀ କରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ଠାରୁ ୨୬ ଏପ୍ରିଲ୍ ଠାରୁ ଏବଂ ୨୮ ଏପ୍ରିଲ ଠାରୁ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ୧୨୮୦୭ ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ ୨୮ଏପ୍ରିଲ ରୁ ଏବଂ ୧୨୮୦୮ ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ ୩୦ ଏପ୍ରିଲ ଠାରୁ ଏହାର ନିର୍ଦ୍ଧାରିତ ମାର୍ଗ ଏବଂ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।
