ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବ୍ ତର‘ରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ହୋଟେଲରେ ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶ ଗଠନ ରେ ଗଣ ମା୍ମମର ଭୂମିକା ଶୀର୍ଷକ ଆଲୋଚନାରେ ମୂଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ ଦେଶ ସ୍ୱାଧୀନତା ପୂର୍ବ ଓ ପର ସମୟରେ ଗଣମା୍ମମର ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ କୁ ଭିଡ଼ିଓ ବାର୍ତା ରେ ସମ୍ବୋଧିତ କରି ଜାତୀୟ ଗଣମା୍ମମ ଶିକ୍ଷା ସଂସ୍ଥାନ(ଆଇ.ଆଇ ଏମ ସି )ଢେଙ୍କାନାଳ ଆଂଚଳିକ ନିର୍ଦ୍ଦେଶକ ପ୍ରା୍ମାପକ (ଡକ୍ଟର) ମୃଣାଳ ଚାଟାର୍ଜୀ ଗଣମା୍ମମ ଓ ସାମ୍ବାଦିକ ମାନଙ୍କ ଦେଶ ଓ ସମାଜ ପ୍ରତି ରହିଥିବା କର୍ତବ୍ୟବୋଧ ଉପରେ ଆଲୋକପାତ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ତାଙ୍କର ଭିଡ଼ିଓ ବାର୍ତାରେ ସାମ୍ବାଦିକ ମାନଙ୍କ କର୍ତବ୍ୟବୋଧକୁ ଓ ସାମାଜିକ ଦାୟିତ୍ୱବୋଧ କୁ ପ୍ରଶଂସା କରିବା ସହ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ଉଭୟ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ସୁରକ୍ଷା କୁ ଗୁରୁତ୍ୱ ପ୍ରଦାନ କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସାମାଜିକ ଗଣମା୍ମମ କୁ ସୂଚନା ସଂଗ୍ରହ ର ମା୍ମମ ଭାବେ ଗ୍ରହଣ କରି ସତ୍ୟତା ପରଖିବା ସହ ସାମ୍ବାଦିକତା କରିବା ଉଚିତ ବୋଲି କହିଥିଲେ । ସମ୍ମାନିତ ଅତିଥି ତାପସ ରାୟ ଚୌଧୁରୀ ଓ ସନ୍ଦୀପ ଅବସ୍ଥି ଗଣମା୍ମମ ସଂସ୍ଥା ଓ ଏହାର ପ୍ରତିନିଧି ମାନେ ସକାରାତ୍ମକ ଦୃଷ୍ଟିକୋଣ ରେ ସାମ୍ବାଦିକତାକୁ ଗୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛିବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତି ଗଣମା୍ମମ ଗୁଡ଼ିକ ବିଭ୍ରାନ୍ତିକର ସମ୍ବାଦ ପରିବେଷଣ କରିବାରୁ ନିବୃତ ରହିବା ଉଚିତ୍ ବୋଲି କହିଥିଲେ । ସାଧାରଣ ସମ୍ପାଦକ ଭୁବନ କିଶୋର ତିୱାରୀ ଓ ସମ୍ପାଦକ ରିତେଶ ଶର୍ମା ପ୍ରେସ ଦିବସ ପାଳନ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଡି.ଏ.ଭି ସ୍କୁଲ ଛାତ୍ରୀ ଅଦିତି ସିଂ ନିଜର ସୃରଚିତ କବିତା ‘କଲମ’ ଆବୃତି କରି ଗଣମା୍ମମ ର କର୍ତବ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଜିଲ୍ଲା ପ୍ରେସ କ୍ଲବ୍ ତରଫରୁ ମୁଖ୍ୟ ଅତିଥି ତପିରାମ୍ ମାଝୀ ଓ ସମସ୍ତ ଅତିଥି ଅଦିତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ପ୍ରଶାନ୍ତ ମିଶ୍ର ପ୍ରେସ ଦିବସରେ ଅନୁଚିନ୍ତା ପ୍ରକାଶ କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।
Post Views: 26,303