କଲଭଟ କରିବା ନାମରେ ରାସ୍ତା ଖୋଳାହେଲା। ଏବେ ରାସ୍ତା ମଝିରେ କୂଅ।ବିପଦରେ ସ୍କୁଲ ପିଲା ଓ ଜନସାଧାରଣ।କାର୍ଯ୍ୟ ହେବାର ନାଁ ଗନ୍ଧ ନାହିଁ
ବଲିଆପାଳ : ବଲିଆପାଳ ବ୍ଳକର ମୁଖ୍ୟ ରାସ୍ତା ଏବେ ବିପଦଜନକ ଅବସ୍ଥାରେ।ବାଲିଆପାଳ ବସଷ୍ଟାଣ୍ଡ ଠାରୁ ବ୍ଲକ ଛକ ରାସ୍ତା ମଝିରେ ପାରୁଳିଆ ଛକ ନିକଟ ସୁବର୍ଣ୍ଣରେଖା ସରକାରୀ ହାଇସ୍କୁଲ ସମ୍ମୁଖରେ ମୁଖ୍ୟ ରାସ୍ତା ଉପରେ ପାଣି ନିଷ୍କାସନ ପାଇଁ କଲଭଟ ନିର୍ମାଣ କରିବା ପାଇଁ ଖୋଳା ଯାଇଛି।ଏଠାରେ ପାଖା ପାଖି ୧୦ ଫୁଟରୁ ଅଧିକ ଗଭୀର କରାଯାଇଛି।ମାତ୍ର କଲଭଟ ନିର୍ମାଣ ହେବାର ନାଁ ଗନ୍ଧ ନାହିଁ।କଲଭଟ ପାଇଁ ରାସ୍ତାର ଅଧା ଖୋଳା ଯାଇଛି।ଅର୍ଧେକ କାର୍ଯ୍ୟ ସରିଲେ ବାକି ଅଂଶ କାର୍ଯ୍ୟ ହେବ ବୋଲି ଜଣା ପଡ଼ିଛି। ଜେସିପି ମାଧ୍ୟମରେ ବିଳମ୍ବିତ ରାତ୍ରିରେ ଖୋଳାଯିବା ଫଳରେ ସମସ୍ତ କେବୁଲ ଲାଇନ ଛିଣ୍ଡି ଯିବା ସହିତ ପାଣି ପାଇପ ମଧ୍ୟ ଫାଟି ଯାଇଛି।ଏକ ସପ୍ତାହ ହେଲା ରାସ୍ତା ଖୋଳା ଯିବା ପରେ ଏବେ ଏଠାରେ ଏହା ଏକ କୂଅ ପରି ଦେଖା ଯାଉଛି। ପାଣି ମଧ୍ୟଜମି ରହିଛି।ରାସ୍ତା ଅଧା ବନ୍ଦ ଫଳରେ ବାଲିଆପାଳର ସବୁ ଠାରୁ ଜନ ଗହଳି ପୂର୍ଣ୍ଣ ଏହି ରାସ୍ତାରେ ସବୁ ବେଳେ ଜନ ସାଧାରଣ ହଇରାଣ ହେବା ସହିତ ବେଳେ ବେଳେ ରାସ୍ତା ଜାମ ହୋଇଯାଉଛି। ସୁବର୍ଣ୍ଣରେଖା ସରକାର ହାଇସ୍କୁଲ ସାମ୍ନାରେ ଏପରି ଖୋଳାଯାଇ ଯେ ରାତି ମୁହୂର୍ତ୍ତରେ ପିଲାମାନଙ୍କ ପାଇଁ ବିପଦ ରହିଛି।ଏବେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାରୁ ପରୀକ୍ଷା ସରିବା ସମୟରେ ଏଠାରେ ବହୁତ ଭିଡ ହେଉଛି।ଜନ ସାଧାରଣଙ୍କ ଅଭିଯୋଗ ପରେବି କାର୍ଯ୍ୟ ହେଉନି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର ଆରମ୍ଭ କରାଯାଇ ଶେଷ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।
