ଫାଇଭ୍ ଟି ସ୍କୁଲ ବୁଲି ତଥ୍ଯ ସଂଗ୍ରହ କଲେ ପ୍ରତିନିଧି ମଣ୍ଡଳୀ
ଦଶପଲ୍ଲା : ତ୍ରୁତୀୟ ପର୍ଯ୍ଯାୟରେ ୫ଟି ଅଧିନରେ ଦଶପଲ୍ଲା ବ୍ଳକ ଓ ଏନଏସିରେ ୧୦ଟି ହାଇସ୍କୁଲ ରୂପାନ୍ତରିକରଣ ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଏସବୁର କାର୍ଯ୍ୟ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ଯାୟରେ କାମ ସରିଥିବା ୫ଟି ବିଦ୍ଯାଳୟ ଗୁଡିକର କାର୍ଯ୍ୟକୁ ତ୍ରୁତୀୟ ପର୍ଯ୍ଯାୟରେ ହେବାକୁ ଥିବା ବିଦ୍ଯାଳୟ କମିଟି ବୁଲି ଦେଖିବା ସହିତ ତଥ୍ଯ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଗୁରୁବାର ଦିନ କୁଲୁରୁକୁମ୍ପା ନୋଡାଲ ହାଇସ୍କୁଲ ବୁଲି ତଥ୍ଯ ସଂଗ୍ରହ କରିଛନ୍ତି ତୁମାଣ୍ଡି ହାଇସ୍କୁଲ ପ୍ରତିନିଧି ମଣ୍ଡଳୀ। ଜେଇ ରମେଶଚନ୍ଦ୍ର ଜାନୀଂକ ସମେତ ପ୍ରତିନିଧି ମଣ୍ଡଳୀରେ ବିଦ୍ୟାଳୟ ପ୍ରଧାନଶିକ୍ଷକ, ପରିଚାଳନା କମିଟି କର୍ମକର୍ତ୍ତା, ଆଲୁମିନିୟମ କମିଟି କର୍ମକର୍ତ୍ତା ସାମିଲ୍ ହୋଇଥିଲେ।
