ଘୁଞ୍ଚିଲା ପ୍ରଭୁ ଦେବାଙ୍କ ଫିଲ୍ମ ‘ଥେଲ’ର ରିଲିଜ୍ ତାରିଖ
ମୁମ୍ବାଇ : ଫିଲ୍ମ ନିର୍ଦ୍ଦେଶକ ହରିକୁମାରଙ୍କ ଫିଲ୍ମ ‘ଥେଲ’ ର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମରେ ଅଭିନେତା ପ୍ରଭୁ ଦେବା, ସଂଯୁକ୍ତା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଆକ୍ସନ୍ ଥ୍ରୀଲର ନିର୍ମାଣ କରୁଥିବା ପ୍ରଡକ୍ସନ୍ ହାଉସ୍ ଷ୍ଟୁଡିଓ ଗ୍ରୀନ୍ ପ୍ରଡକ୍ସନ୍ସ ଏକ ବିବୃତ୍ତିରେ କହିଛି ଯେ ଅପ୍ରତ୍ୟାଶିତ ପରିସ୍ଥିତି ହେତୁ ‘ଥେଲ’ ରିଲିଜ୍ ସ୍ଥଗିତ ରଖାଯାଇଛି। ଖୁବ୍ ଶୀଘ୍ର ଏକ ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବ । ସେ କହିଛନ୍ତି ଯେ ଆମେ ଶୀଘ୍ର ଫିଲ୍ମ ସହିତ ଆପଣଙ୍କ ନିକଟକୁ ଫେରିବୁ । ତାମିଲରେ ଥେଲ ର ଅର୍ଥ ବିଛା । ଯାହା ଡିସେମ୍ବର ୧୦ ରେ ରିଲିଜ୍ ହେବାର ଥିଲା ।
