ଚୀନର ଆପତିରେ ବାସ୍ତବିକତା ବଦଳିବ ନାହିଁ , ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ – ବାଗଚୀ
ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହାଙ୍କର ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଚୀନର ଟିପ୍ପଣୀକୁ ଭାରତ ଖାରଜ କରି କହିଛି ଏଭଳି ଭାବରେ ଆପତି କରିବା ତର୍କସଙ୍ଗତ ନୁହେଁ । ଏଥିରେ ବାସ୍ତବିକତା ବଦଳିବନାହିଁ ।ଅମିତ ଶାହା ଗତକାଲି ଅରୁଣାଚଳରେ ଥିଲେ ସେ ସେଠାରେ ବାଇବ୍ରେଟ ଭିଲେଜ ପ୍ରୋଗ୍ରାମର ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସୀମାବର୍ତୀ ଅଂଚଳରେ ଥିବା ଗ୍ରାମ ଗୁଡିକର ବିକାଶରେ ଯୋଡି ହୋଇଅଛି । ଚୀନ ଶାହାଙ୍କର ଏହି ଯାତ୍ରା ଉପରେ ଆପତି ଆଣିଥିଲା । ଚୀନ ଅରୁଣାଚଳ ଉପରେ ତାର ପ୍ରଭାବ ପକାଉଛି । ଗୃହମନ୍ତ୍ରୀଙ୍କର ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଚୀନର ଅଧିକାରିକ ପ୍ରବକ୍ତାଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ସମ୍ପର୍କରେ ସମ୍ବାଦିକ ମାନେ ବାଗଚୀଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ଭାରତ ଚୀନର ପ୍ରବକ୍ତାଙ୍କଦ୍ୱାରା ଦିଆ ଯାଇଥିବା ବକ୍ତବ୍ୟକୁ ଭାରତ ଖାରଜ କରୁଛି ।
