ଗୋଆ ମୁକ୍ତି ସଂଗ୍ରାମର ହିରୋଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ
ପାଣାଜୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୋଆ ମୁକ୍ତି ଦିବସ ସମାରୋହରେ ସେହି ସ୍ୱତନ୍ତ୍ରତା ସେନାଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ଗୋଆକୁ ପୁର୍ତଗାଲୀ ଶାସନରୁ ସ୍ୱାଧିନ କରିବାକୁ ନିଜର ଅଭୂତପୂର୍ବ ଯୋଗଦାନ ଦେଇ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ସ୍ଥିତ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ରେ ଅପରେସନ ବିଜୟର ସ୍ୱତନ୍ତ୍ରତା ସେନା ଏବଂ ଯୋଦ୍ଧାମାନଙ୍କୁ ସମ୍ମାନିତ କରିଛନ୍ତି ।
‘ଗୋଆ ମୁକ୍ତି ଦିବସ’ରେ ପାଣାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେଇଥିଲେ । ପ୍ରତିବର୍ଷ ୧୯ ଡିସେମ୍ବରରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ । ୧୯୬୧ ମସିହାରେ ଆଜିର ଦିନରେ, ଭାରତୀୟ ସୈନିକମାନେ ଏହାକୁ ପର୍ତୁଗୀଜ୍ ଶାସନରୁ ମୁକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ସର୍ଦ୍ଦାର ପଟେଲ ଆଉ କିଛି ସମୟ ବଂଚିଥାନ୍ତେ ତେବେ ଗୋଆ ଏହା ପୂର୍ବରୁ ମୁକ୍ତ ହୋଇଥାନ୍ତା । ନେହେରୁ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଥିବା ପଟେଲଙ୍କ ଦେହାନ୍ତ ୧୫ ଡିସେମ୍ବର ୧୯୫୦ ରେ ହୋଇଥିଲା । ସେ ନିଜାମ ଶାସନରୁ ମହାରାଷ୍ଟ୍ରର ମରାଠୱାଡାକୁ ମୁକ୍ତ କରିଥିବାରୁ ତାଙ୍କୁ ଶ୍ରେୟ ଦିଆଯାଇଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଂଚିଥିଲେ । ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜର ସୁପର ସ୍ପେସିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାର୍ଗାଓର ଡାଭୋରଲିମ-ନାଭେଲିମରେ ଗ୍ୟାସ ଇନସୁଲେଟେଡ୍ ସବ୍ ସେଂଟରର ଉଦଘାଟନ କରିଛନ୍ତି । ପ୍ରତିବର୍ଷ ଡିସେମ୍ବର ୧୯ରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ । ଏହି ଦିନ ଭାରତୀୟ ସଶସ୍ତ୍ର ବାହିନୀ ୧୯୬୧ ମସିହାରେ ପର୍ତୁଗୀଜ୍ ଶାସନରୁ ଉପକୂଳବର୍ତୀ ରାଜ୍ୟକୁ ମୁକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଉ କିଛି ଦିନ ବଂଚିଥାନ୍ତେ ତେବେ ପର୍ତୁଗୀଜ୍ ଶାସକଙ୍କ କବଳରୁ ଗୋଆ ବହୁ ଆଗରୁ ମୁକ୍ତ ହୋଇପାରିଥାନ୍ତା । ନେହରୁ କ୍ୟାବିନେଟରେ ଡେପୁଟି ପ୍ରଧାନମନ୍ତ୍ରୀ ପଟେଲଙ୍କ ୧୯୫୦ ଡିସେମ୍ବର ୧୫ରେ ମୃତ୍ୟୁ ହୋଇଥିଲା । ସର୍ଦ୍ଦାରଙ୍କ ଉଦ୍ୟମରେ ମହାରାଷ୍ଟ୍ରର ମରାଠୱାଡା ଅଂଚଳର ମୁକ୍ତ ହୋଇଥିବାରୁ ତାଙ୍କୁ ତତ୍କାଳୀନ ନିଜାମ ଶ୍ରେୟ ଦେଇଥିଲେ ବୋଲି ମୋଦି କହିଛନ୍ତି । ଏହି ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଛନ୍ତି ଯେ, ପାରିକର କେବଳ ଗୋଆକୁ ବିକାଶର ନୂତନ ଉଚ୍ଚତାକୁ ନେଇ ନାହାଁନ୍ତି, ବରଂ ଗୋଆର ସମ୍ଭାବନାକୁ ବିସ୍ତାର କରିଛନ୍ତି । ଗୋଆର ଲୋକମାନେ କେତେ ସଚ୍ଚୋଟ, ଦକ୍ଷ ଏବଂ ପରିଶ୍ରମୀ, ମନୋହର ଏହାର ଉଦାରହଣ ଥିଲେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଆପାଇଁ ସମୁଦ୍ର ପ୍ରକୃତିର ଏକ ଅଦ୍ଭୁତ ଉପହାର । ଏହି ସମୁଦ୍ର ଗୋଆର ପ୍ରଗତୀର ସାରଥୀ ହୋଇପାରିଛି ବୋଲି ସେ କହିଛନ୍ତି ।
