ସଂସଦ ଭବନରେ ମିଲେଟରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ନେତାମାନଙ୍କ ସହିତ ସଂସଦ ଭବନ ପରିସରରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଭୋଜନରେ ସମସ୍ତଙ୍କୁ ମିଲେଟ୍ (ମୋଟା ଶସ୍ୟ)ରେ ପ୍ରସ୍ତୁତ ବ୍ୟଞ୍ଜନ ଦିଆଯାଇଥିଲା । ଭାରତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏକ ଟୁଇଟ୍ ରେ ପ୍ରଧାନମନ୍ତ୍ରୀ କହିଛନ୍ତି;‘‘ଆମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ, ସଂସଦ ଭବନରେ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା, ଏଥିରେ ମିଲେଟ୍ ରେ ପ୍ରସ୍ତୁତ ବ୍ୟଞ୍ଜନ ଅର୍ପଣ କରାଯାଇଥିଲା । ଦଳମତ ନିର୍ବିଶେଷରେ ଏଥିରେ ସମସ୍ତେ ସାମିଲ ହେବା ଖୁସିର ବିଷୟ ।
