ଯାତ୍ରୀବାହୀ ବସକୁ ଅଟକାଇବାରୁ ଯାତ୍ରୀ ହଟହଟା
କେନ୍ଦ୍ରାପଡ଼ା : ବିଟି ଆଣ୍ଡ ବିଟି ନାମକ ଯାତ୍ରୀବାହୀ ବସଟି ସଂନ୍ଧ୍ୟା ସମୟରେ କେନ୍ଦ୍ରାପଡା ସହରର ଲକ୍ ବାଟ ଦେଇ ବାବର କଣ୍ଟାବଣ ଯାଉଥିବା ସମୟରେ ବସ ଯାତାୟତ ସମୟକୁ ନେଇ ଅନ୍ୟ ମାଲିକ ମାନଙ୍କ ମଧ୍ୟରେ ଲାଗିଥିବା ତିକ୍ତତାକୁ ନେଇ ଏହି ବସ୍ଟିକୁ କେତେକ ମାଲିକ କିଛି ସମୟ ଅଟକ ରଖିଥିଲେ । ଫଳରେ ବସ ଭିତରେ ଥିବା ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାତ୍ରୀମାନେ ବସ ଅଟକ ଥିବାର ପ୍ରତିବାଦ କରିବାରୁ ଅଟକ ରଖିଥିବା ଯୁବକ ମାନେ ବାଧ୍ୟ ହୋଇ ବସ୍ଟିକୁ ଛାଡିଥିଲେ ।
