ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ
ବୌଦ୍ଧ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମାର୍ଦିଙ୍ଗ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ । ଦକ୍ଷିଣକାଳୀ ନାମକ ଏକ ଘରୋଇ ବସ ଗଞ୍ଜାମରୁ ରାଉରକେଲା କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳର ଏକ କନ୍ୟା ଘର ଲୋକେ ରାଉରକେଲାକୁ ବିବାହ ଉତ୍ସବ ପାଇଁ ଏକ ଘରୋଇ ବସ ଯୋଗେ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାର୍ଦିଙ୍ଗ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ହେଲେ ଅଳ୍ପକେ ବର୍ତି ଯାଇଥିଲେ ବସରେ ଥିବା ୪୦ ଜଣ ଯାତ୍ରୀ । ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଯାତ୍ରୀମାନଙ୍କୁ ଗାଡ଼ିରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟ ଏକ ଗାଡ଼ିରେ ରାଉରକେଲା ପଠାଇଥିବା ଜଣାପଡିଛି ।
