ନନ୍ଦନବନ ସଫାରୀରେ ୧୧ ଠେକୁଆ ମୃତ, କାରଣ ଅସ୍ପଷ୍ଟ
ବୌଦ୍ଧ : ବୀରନରସିଂହପୁର ନନ୍ଦନବନ ସଫାରୀରେ ୧୧ ଠେକୁଆ ମୃତ। ନନ୍ଦନବନର ସୋନ୍ଦର୍ଯ୍ୟ ବୃଦ୍ଧି ପାଇଁ ବାହାରୁ ୧୧ ଟି ଠେକୁଆ ଆଣି ପ୍ରଶାସନ ପକ୍ଷରୁ ସେଠାରେ ରଖାଯାଇଥିଲା । କେଉଁ ପରିସ୍ଥିତିରେ ଠେକୁଆଙ୍କ ମୃତ୍ୟୁ ହୋଇଛି ତାହା କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଘଟଣା ସ୍ଥଳରେ ଭେଟେନାରି ଟିମ୍ ପହଞ୍ଚି ଥିବାବେଳେ ବନବିଭାଗ ପହଞ୍ଚି ପାରି ନାହିଁ ।
ସୂଚନା ଯେ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମ ନିକଟରେ ନିର୍ମାଣଧିନ ନନ୍ଦନ ବନ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୧ଟି ଠେକୁଆ ରଖା ଯାଇଥିଲା । ହେଲେ ସେଠାରେ କିଛି ଠେକୁଆ ଗୁଡ଼ିକ ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ସମସ୍ତ ଠେକୁଆ ମରିଥିବା ସନ୍ଦେହ କରାଯାଉଛି । ହେଲେ ଠେକୁଆ ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିନାହିଁ ।
