ଇଣ୍ଡିଆ ଗେଟ୍ ରେ ଆଗାମୀ ଦୁଇ ଦିନ ହେବ ଜାଲିୟାନବାଲା ବାଗ ଏବଂ ସହିଦ ଉଧମ ସିଂହଙ୍କ ମଂଚ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ୧୫ ଅପ୍ରେଲକୁ ଜାଲିୟାନାବାଲା ବାଗ ଏବଂ ୧୬ ଅପ୍ରେଲକୁ ସହିଦ ଉଧମ ସିଂହଙ୍କ ବଳିଦାନର ମଂଚ ଅନୁଷ୍ଠିତ ହେବ । ସେଂଟ୍ରାଲ ବିଷ୍ଟାରେ ଏହି ଦୁଇ ଦିନ ସଂନ୍ଧ୍ୟା ୭ଟାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର କଳାକାର ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ରତାର ୭୫ ତମ ବର୍ଷ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
