୨୩ରେ ପରୀ ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣୀ
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ଘଟଣା ଏବେ ସୁପ୍ରିମକୋର୍ଟରେ। ହାଇକୋର୍ଟଙ୍କ ଶୁଣାଣୀକୁ ଚ୍ୟାଲେଞ୍ଜ କରି ସିବିଆଇ ତଦନ୍ତ ଦାବିରେ ପରୀଙ୍କ ମା’ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍ ଓ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲ୍ପି)ର ଏକତ୍ର ଶୁଣାଣି ହେବ। ଏହି ମାମଲାର ଶୁଣାଣିକୁ ଅଗଷ୍ଟ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ଆଗାମୀ ସୋମବାର ପରୀ ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରୀଙ୍କ ବାପା ଅଶୋକଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ ହୋଇଛି । ପୂର୍ବରୁ ପରୀଙ୍କ ମାଆ ମାମଲାରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ରିଟ ପିଟିଶନ ଦାଖଲ କରିଥିଲେ ।ମାମାଲଟି ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରୁଥିବାରୁ ଏସଏଲପି ଦାୟର କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାର ସିବିଆଇ ତଦନ୍ତର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ସୂଚନା ଯେ, ଗତ ଜାନୁଆରି ମାସରେ ପରିଙ୍କ ମାଆ ସୁପ୍ରିମକୋର୍ଟରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ରିଟ୍ ପିଟିସନ୍ ଦାଖଲ କରିଥିଲେ। ଗତ ମାସରେ ମାମଲାର ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏସ୍ଏଲ୍ପି ଦାଖଲ କରିବା ପାଇଁ ପରୀଙ୍କ ମାଆଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ପରୀଙ୍କ ମାଆ ସୁପ୍ରିମକୋର୍ଟରେ ଏସ୍ଏଲ୍ପି ଦାଖଲ କରିଛନ୍ତି। ଉଭୟ ରିଟ୍ ପିଟିସନ୍ ଓ ଏସ୍ଏଲ୍ପିର ଏକତ୍ର ଶୁଣାଣି ଆସନ୍ତା ସୋମବାରରେ ହେବ ବୋଲି ଆବେଦନକାରୀଙ୍କ ଓକିଲ ସ୍ବସ୍ତିକ ଦଳେଇ ସୂଚନା ଦେଇଛନ୍ତି।
