ଆଫଗାନିସ୍ତାନରେ ସାମରିକ ବାହିନୀକୁ ପୁଣି ସଂଗଠିତ କରାଯାଉଛି : ରାଷ୍ଟ୍ରପତି
- ରାଷ୍ଟ୍ରପତି ପଦରୁ ଅଶରଫ ଘାନିଙ୍କ ଇସ୍ତଫା ନେଇ ଚର୍ଚ୍ଚା
କାବୁଲ : ଆଫଗାନିସ୍ତାନରେ ତାଲିବାନର କବଜା ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ତାଲିବାନ ଦ୍ରୁତ ଗତିରେ କାବୁଲ ଆଡ଼କୁ ଅଗ୍ରସର ହେଉଥିବା ଜଣାପଡିଛି। ରାଜଧାନୀ କାବୁଲଠାରୁ ଆଉ ମାତ୍ର ୪୦ କିଲୋମିଟର ଦୂରରେ ରହିଛି ଏହି ସଂଗଠନ । ଏହାରି ମଧ୍ୟରେ ଶନିବାର ଆଫଗାନିସ୍ତାନବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘାନି । ଦେଶକୁ ଆହୁରି ଅସ୍ଥିରତା ମଧ୍ୟକୁ ଯ଼ିବାକୁ ରୋକିବା, ହିଂସା ଓ ଲୋକଙ୍କ ବିସ୍ଥାପନକୁ ରୋକିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଏହା ସହିତ ଦେଶର ସାମରିକ ବାହିନୀ ଓ ସୁରକ୍ଷା ବାହିନୀକୁ ପୁଣି ସଂଗଠିତ କରିବାକୁ ସେ ଉଦ୍ୟମ କରୁଛନ୍ତି । ହିଂସା ରୋକିବା ଦିଗରେ ଅନ୍ତର୍ଜାତୀୟ ସମୁଦାୟ ତାଙ୍କ ଦେଶ ପଛରେ ଛିଡ଼ା ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଅନ୍ୟପକ୍ଷରେ ଅସରଫ ଘାନି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲିବାନକୁ ରୋକିବାକୁ ଏବଂ ତତ୍କାଳ ଯୁଦ୍ଧ ବିରାମ ପାଇଁ ଘାନି ଏହି ନିଷ୍ପତ୍ତି ନେଇପାରନ୍ତି। ସେ ଇସ୍ତଫା ଦେବା ପରେ ନିଜ ପରିବାର ସହ ଅନ୍ୟ କୌଣସି ଦେଶକୁ ଯାଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହା ଉପରେ ସହମିତି ପ୍ରକାଶ କରିନାହାନ୍ତି ଦେଶର ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ସହରଗୁଡ଼ିକର ରକ୍ଷା ନିମନ୍ତେ ଅଶରଫ ଘାନି ବୁଧବାର ମଜାର ଏ ଶରିଫ ଯାଇଥିଲେ। ସେଠାରେ ମିଲିସିଆ କମାଣ୍ଡରମାନଙ୍କ ସହ ବୈଠକ କରିଥିଲେ। ସେହିପରି ସାମ୍ବାଦିକ ମାନଙ୍କୁ ଘାନି କହିଥିଲେ ମୁଁ ଆପଣମାନଙ୍କ ରାଷ୍ଟ୍ରପତି ଭାବେ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରତିଶ୍ରୁତିବଦ୍ଧ। ଆଫାଗାନିସ୍ତାନରେ ଯୁଦ୍ଧ ଜାରି ରଖି ୨୦ ବର୍ଷ ମଧ୍ୟରେ ଆମେ ଯାହା ହାସଲ କରିଛନ୍ତି ତାକୁ ନଷ୍ଟ କରିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଘାନି କହିଥିଲେ। ସେପଟେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲର ବିଲକୁଲ ପାଖରେ ପହଞ୍ଚିସାରିଛି। ଏହି ସମୟରେ ଶାନ୍ତି ବାର୍ତ୍ତା ସମିତି ନୂଆ ଯୋଜନା ତିଆରି କରୁଛି ଯାହା ଦ୍ବାରା ରାଷ୍ଟ୍ରପତି ଅଶରଫ ଘାନିଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବ।
