ଏହି ସବୁ ସାଂଘାତିକ ରୋଗର ମୁଖ୍ୟ କାରଣ ବଡ ନଖ, ଆପଣଙ୍କର ନାହିଁ ତ ? ଜାଣି ନିଅନ୍ତୁ ନଚେତ ପସ୍ତେଇବେ
ବନ୍ଧୁଗଣ ସାଧାରଣତଃ ମହିଳାମାନେ ବଡ ବଡ ନଖ ରଖିବା ପାଇଁ ପସନ୍ଦ କରିଥାନ୍ତି । ନଖ ତାଙ୍କ ସୌନ୍ଦର୍ଜ୍ୟକୁ ଦୁଇ ଗୁଣ କରେ ବୋଲି ସେମାନଙ୍କ ଧାରଣା ରହିଥାଏ । ଯଦି ବଡ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଛନ୍ନ ଓ ସମାନ ଭାବରେ କାଟିବା ମଧ୍ୟ ଜରୁରୀ ନଚେତ ଘାତକ ସାଜିପରେ ବଡ ନଖ । ଯଦି ଆମ ନଖକୁ ପରିଷ୍କାର ନ ରଖିବା ତେବେ ନଖ ମାଧ୍ୟମରେ ବହୁ ରୋଗ ସୃଷ୍ଟିକାରୀ ଜୀବାଣୁ ପେଟକୁ ଚାଲିଯିବେ । ଯାହା ଶରୀରକୁ ଅସୁସ୍ଥ କରିଦେବ ।
ଲମ୍ବା ଓ ଅପରିଷ୍କାର ନଖ ବିଭିନ୍ନ ସଂକ୍ରାମଣ ରୋଗର ବାହକ କୃମିକୁ ଜନ୍ମ ଦେଇଥାଏ । ନଖକୁ କିଛି ଦିନ ବ୍ୟବଧାନରେ ସଫା ନ କାଲେ ଏଠିଏ ବ୍ୟକ୍ଟେରିୟା ସୃଷ୍ଟି ହୋଇଥାଏ । ପରିଣାମ ସ୍ୱରୂପ ପେଟ ରୋଗର ସମସ୍ୟା ଦେଖା ଦେଇଥାଏ । ଛୋଟ ଛୁଆଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳେ । ନଖ ଅପରିଷ୍କାର ଥିଲେ ଜୀବାଣୁ ମାନେ ସହଜରେ ଶରୀରକୁ ପ୍ରବେଶ କରିଥାନ୍ତି । ଏଣୁ ଛୋଟ ଛୁଆଙ୍କ ନଖ କାଟିବା ଜରୁରୀ ଅଟେ । ପିଲାମାନେ କୁଣ୍ଡାଇବା ପାଇଁ ନଖର ବ୍ୟବହାର କରି ଶରୀରକୁ ଖଣ୍ଡିଆ ଖାବରା କରି ଦିଅନ୍ତି ।
ତେଣୁ ନିୟମିତ ବ୍ୟବଧାନରେ ସେମାନଙ୍କ ନଖ କାଟିବା ଆବଶ୍ୟକ । ସେହିପରି ଛୁଆଙ୍କ ମାଆ ମାନେ ମଧ୍ୟ ନଖ ପରିଷ୍କାର କରି ରଖିବା ଉଚିତ । ଛୁଆଙ୍କ ତ୍ଵଚା ବହୁତ ସମ୍ବେଦନଶୀଳ ଓ ବହୁତ ପତଳା ହୋଇଥାଏ । ମାଆମାନେ ବଡ ନଖ ରଖିଥାନ୍ତି ଯଦି ସେମାନଙ୍କ ନଖ ଅପରିଷ୍କାର ଥାଏ ତେବେ ପିଲାଙ୍କୁ ଖୁଆଇବା ପିଆଇବା ସମୟରେ ସେମାନଙ୍କ ଶରୀରକୁ ଜୀବାଣୁ ପ୍ରବେଶ କରିଥାଏ । ଯାହା ଦ୍ଵାରା ଛୁଆଙ୍କ ଶରୀର ଅସୁସ୍ଥ ହୋଇଥାଏ । ଏଥି ସହ ପିଲାଙ୍କ ଡାଇପର ଓ ଲୁଗା ସଫା କରିବା ବେଳେ ମାଆଙ୍କ ନଖରେ ବ୍ୟକ୍ଟେରିୟା ରହିବା ସମ୍ଭାବନା ରହିଛି । ତେଣୁକରି ହାତ ଧୋଇବା ବେଳେ ନଖକୁ ମଧ୍ୟ ପରିଷ୍କାର କରନ୍ତୁ ।
ନଖର ଆକର୍ଷଣ ପାଇଁ ଟିପ୍ସ :
ରାତିରେ ବେଡକୁ ଯିବା ପୂର୍ବରୁ ସାବୁନ ବା ବଡିୱାସ୍ ଅଳ୍ପ ନେଇ ଏକ ବ୍ରସ୍ ସାହାଯ୍ୟରେ ନଖକୁ ସଫା କରନ୍ତୁ। ଫଳରେ ନଖରେ ଚମକ ଆସିବା ସହ ଆକର୍ଷଣିୟ ଦେଖାଯାଇଥାଏ ।
କେଶକୁ ଟ୍ରିମିଂ କରିବା ଭଳି ନଖକୁ ବାରମ୍ବାର ନକାଟି ଟ୍ରିମିଂ କରନ୍ତୁ। ଆପଣ ରଖିଥିବା ବଡ ନଖ ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପକାଇଥାଏ। ଏଚ୍ଚୁ ପ୍ରତି ସପ୍ତାହକୁ ଥରେ ଲେଖାଏଁ ନଖକୁ ଟ୍ରିମିଂ କରିବାକୁ ଚେଷ୍ଟା କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ନଖରେ ଲିପ୍ ବାମ୍ ବା ନଡିଆ ତେଲ ମାଲିସ କରନ୍ତୁ। ଏହା ଦ୍ୱାର ନଖ ଆକର୍ଷଣୀୟ ହୋଇଥାଏ।
ସପ୍ତାହରେ ଥରେ ନଖରେ ଲେମ୍ବୁ ଚୋପା ଘସନ୍ତୁ। ଫଳରେ ନଖ ଭଲ ବଢିବା ସହ ଶକ୍ତ ହୋଇଥାଏ ।
ଯଦି ଆପଣଙ୍କ ନଖ ଫାଟୁଥାଏ, ତେବେ ସେଥିପାଇଁ ସ୍ୱତନ୍ତ୍ର ଚିକିତ୍ସା କରନ୍ତୁ । ନଖ ଫାଟି ଯାଇଥିଲେ ବା ଚମାଡା ଠାରୁ ଅଲଗା ହୋଇଥିଲେ, ଉଷୁମ ସୋରିଷ ତେଲ ନଖରେ ମାଲିସ କରନ୍ତୁ।
ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।’
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

