ଜୁଲାଇ ୧୯ ଯାଏଁ ତାମିଲନାଡୁରେ ଲକଡାଉନ୍ ବୃଦ୍ଧି
ଚେନ୍ନାଇ : ଗତ କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା କରୋନା । ମୋଟ ସଂକ୍ରମଣ ହାରର ୫୦ ପ୍ରତିଶତ କେବଳ କେରଳ ଏବଂ ମହାରାଷ୍ଟ୍ରରୁ ହିଁ ଦେଖିବାକୁ ମିଳୁଛି । ଏହି ଦୁଇ ରାଜ୍ୟ ବ୍ୟତିତ ବର୍ତ୍ତମାନ ତାମିଲନାଡୁରେ ମଧ୍ୟ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇଲାଣି । ଦେଶର ମାତ୍ର ୯୦ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମଣ ହାର ଦେଖିବାକୁ ମିଳୁଛି । ତାମିଲନାଡୁର ୧୨ ଜିଲ୍ଲାରୁ ଗତ ସପ୍ତାହେ ହେଲା ୮୫ରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ଏହି ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ଜୁଲାଇ ୧୯ ତାରିଖ ସକାଳ ୬ଟା ଯାଏଁ ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ।
ଅବଶ୍ୟ ଲକଡାଉନ୍ ନିୟମକୁ ସାମାନ୍ୟ କୋହଳ କରାଯାଇଛି କିନ୍ତୁ ସଂକ୍ରମଣ ବୃଦ୍ଧିପାଉଥିବାରୁ ନିୟମ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ଷ୍ଟାଲିନ୍ । ଆସନ୍ତା ୧୨ ତାରିଖଠାରୁ ନୂତନ ନିର୍ଦ୍ଦେଶାବଳୀ ଲାଗୁ ହେବ। ୫୦ ପ୍ରତିଶତ କ୍ଷମତା ସହ ହୋଟେଲ, ଚା’ ଦୋକାନ, ବେକେରୀ, ରାସ୍ତାକଡ଼ ଉଠା ଦୋକନ, ଜଳଖିଆ ଦୋକନ ଆଦି ରାତି ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଅପରପକ୍ଷରେ ସ୍କୁଲ, କଲେଜ, ସିନେମା ହଲ୍, ମଦ ଦୋକନ, ସ୍ୱିମିଙ୍ଗ୍ ପୁଲ୍ ଏବଂ ଚିଡ଼ିଆଖାନା ଆଦି ପୂର୍ବ ଭଳି ବନ୍ଦ ରହିବ। ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ । ଏହାସହିତ ସିଇମିଂ ପୁଲ, ସିନେମା ହଲ, ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ତଥା ବୈଠକ ଉପରେ ରୋକ ବରବତ୍ତର ରହିବ ।
