ମେ ୧୨ ସୁଦ୍ଧା ଆସିପାରେ ଏଲଆଇସିର ଆଇପିଓ
ନୂଆଦିଲ୍ଲୀ : ଖୁବଶୀଘ୍ର ଆସିପାରେ ଏଲଆଇସିର ଆଇପିଓ । କେନ୍ଦ୍ର ସରକାରଙ୍କ ପାଖରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ରେ ଦାଖଲ ଦସ୍ତାବିଜ ଆଧାରରେ ଜୀବନ ବୀମା ନିଗମ (ଏଲଆଇସି)ର ଆଇପିଓ ଆଣିବା ପାଇଁ ମେ ୧୨ ଯାଏ ସମୟ ଅଛି। ଅର୍ଥାତ ଯଦି ସରକାର ୧୨ ମେ ସୁଦ୍ଧା ଆଇପିଓ ନ ଆଣିପାରନ୍ତି, ତେବେ ଡିସେମ୍ବର ତୈମାସିକ ଫଳାଫଳ ଅବଗତ କରାଇ ସେବି ପାଖରେ ନୂଆ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ।
ନୂଆ ଦସ୍ତାବିଜ ଦାଖଲ ନ କରି ୧୨ ମେ ଯାଏ ଏଲଆଇସିର ଆଇପିଓ ଅଣାଯାଇପାରେ। ସରକାର ପୂର୍ବରୁ ଏଲଆଇସିର ପ୍ରାୟ ୩୧.୬ କୋଟି ସେୟାର ବା ୫% ଅଂଶଧନ ବିକ୍ରି ପାଇଁ ମାର୍ଚ୍ଚରେ ଆଇପିଓ ଆଣିବାର ଯୋଜନା କରିଥିଲେ। ଏହି ଆଇପିଓରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାର ଆଶା ଥିଲା। ହେଲେ ଋଷ-ୟୁକ୍ରେନ ସଙ୍କଟ ପରେ ସେୟାର ବଜାରରେ ଭାରି ହଟଚଟମକୁ ଦେଖି ଆଇପିଓର ଏହି ଯୋଜନା ବାହାରିଯାଇଥିଲା। ଏହା ପରେ ଏହାକୁ ଟାଳିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଜଣେ ଅଧିକାରୀ କହିଛନ୍ତି ଯେ, ସେବି ପାଖରେ ଦାଖଲ ଦସ୍ତାବିଜ ଆଧାରରେ ଆଇପିଓ ଆଣିବା ପାଇଁ ଆମ ପାଖରେ ମେ ୧୨ ଯାଏ ସମୟ ଅଛି। ଆମେ ସମସ୍ତ ସ୍ଥିତି ଉପରେ ନଜର ରଖିଛୁ ଏବଂ ଶୀଘ୍ର ପ୍ରାଇସ୍ ବ୍ରାଣ୍ଡ ସହ ଆରଏଚପି ଦାଖଲ କରିବୁ। ଯଦି ସରକାର ମେ ୧୨ ଯାଏ ଆଇପିଓ ନଆଣିପାରନ୍ତି, ତେବେ ଡିସେମ୍ବରର ତ୍ରୈମାସିକ ଫଳକୁ ଅବଗତ କରିବା ସହ ସେବି ନିକଟରେ ନୂଆ ଦସ୍ତାବିଝ ଦାଖଲ କରିବାକୁ ପଡ଼ିବ। ଅଧିକାରୀ ଆଗକୁ କହିଛନ୍ତି ଯେ, ଗତ ୧୫ ଦିନରେ ବଜାରରେ ସ୍ଥିତି ଭଲ ରହିଛି, ହେଲେ ବଜାର ସ୍ଥିର ହେବା ଯାଏ ଅପେକ୍ଷା କରାଯିବ। ଯାଦ୍ୱାରା ରିଟେଲ୍ ଇନଭେଷ୍ଟର୍ସଙ୍କୁ ଶେୟାରରେ ନିବେଶ କରିବାକୁ ଭରସା ମିଳିବ।
ଏଲଆଇସି ପକ୍ଷରୁ ଆଇପିଓ ଭାରତୀୟ ବଜାରରେ ଏବେକାର ସବୁଠାରୁ ବଡ଼ ଆଇପିଓ ହେବ। ଲିଷ୍ଟ୍ ହେବା ପରେ ଏଲଆଇସି ମାର୍କେଟ ଭେଲ୍ୟୁଏସନ୍ ଆରଆଇଏଲ ଏବଂ ଟିସିଏସ ଭଳି ବଡ଼ କମ୍ପାନୀ ସହ ସମାନତର ହେବ। ଏହା ପୂର୍ବରୁ ପେଟିଏମର ଆଇପିଓ ସବୁଠାରୁ ବଡ଼଼ ଥିଲା ଏବଂ କମ୍ପାନୀ ଗତ ବର୍ଷ ଆଇପିଓରୁ ୧୮ ହଜାର ୩୦୦ କୋଟି ଟଙ୍କା ଯୋଗାଡ଼ କରିଥିଲା। କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ଏହି ଆଇପିଓରେ ବିଦେଶୀ ନିବେଶକଙ୍କୁ ସାମିଲ କରିବା ପାଇଁ ଏଫଡ଼ିଆଇ ପଲିସିରେ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ଅନୁସାରେ ଏଲଆଇସିର ଆଇପିଓରେ ୨୦% ଯାଏ ଅଟୋମେଟିକ ରୁଟରୁ ବିଦେଶୀ ନିବେଶକୁ ମଞ୍ଜୁରୀ ଦିଆଯାଇଛି।
ଡିଆରଏଚପି ଅନୁସାରେ, ସଂରକ୍ଷଣ ଅଂଶ ଅନୁସାରେ ଏଲଆଇସିର ପଲିସି ହୋଲଡର୍ସଙ୍କ ପାଇଁ ୧୦% ସେୟାର ସଂରକ୍ଷିତ ରହିବ। ହୋଇପାରେ କି ଶେୟାର ମୂଲ୍ୟରେ ୫% ରିହାତି ମିଳିପାରେ। ଦେଶର ସବୁଠାରୁ ବଡ଼ ସରକାରୀ ବୀମା କମ୍ପାନୀ, ୧୩ ଫେବ୍ରୁଆରୀ ୨୦୨୨କୁ ମାର୍କେଟ ରେଗୁଲେଟର ସେବି ନିକଟରେ ଆଇପିଓର ଚୁକ୍ତିନାମା (ଡିଏଚଆରପି) ଜମା କରିଥିଲା। ଏହା ଅନୁସାରେ ପ୍ରାୟ ୩୧.୬ କୋଟି ବା ୫% ଶେୟାର କମ୍ପାନୀ ବିକିବ। ଡିଏଚଆରପି ଅନୁସାରେ ଏଲଆଇସି ପଲିସିହୋଲଡର୍ସଙ୍କ ପାଇଁ ଆଇପିଓରେ 10% ଶେୟାର ସଂରକ୍ଷିତ ରହିବ । ହୋଇପାରେ କି ଏହାର ଶେୟାର ମୂଲ୍ୟ ୫% ରିହାତିରେ ମିଳିପାରେ । ସଂରକ୍ଷଣର ଫାଇଦା ନେବା ପାଇଁ ପଲିସିହୋଲଡର୍ସଙ୍କ ପ୍ୟାନ୍ କାର୍ଡ ଅପଡେଟ୍ ହେବା ଜରୁରୀ।
