ଅପ୍ରେଲ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଲା
କେନ୍ଦୁଝର : ୨୦୨୩ ମସିହା ଅପ୍ରେଲ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ତା୦୩.୦୪.୨୦୨୩ରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ଠାରେ, ତା୧୦.୦୪.୨୦୨୩ରିଖ ସୋମବାର ଦିନ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟଠାରେ, ତା୧୭,୦୪.୨୦୨୩ ରିଖ ସୋମବାର ଦିନ ତେଲକୋଇ ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ତା୨୪.୦୪.୨୦୨୩ ରିଖ ସୋମବାର ଦିନ ପାଟଣା ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଶିଷ ଠାକରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନମାନଙ୍କରେ ଚିକିତ୍ସା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରମ, ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯୋଗାଣ ବିଭାଗ, ଜଳଛାୟା ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦେଶ ଦେଇଛନ୍ତି ।
