ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ୩୮ ଟି ଅଭିଯୋଗ ର ଶୁଣାଣି
ବୋରିଗୁମ୍ମା : ବୋରିଗୁମ୍ମା ବ୍ଳକ ସଭାଗୃହ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ଅଭିଯୋଗ ଶୁଣାଣୀ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇ ବ୍ଳକ ର ବିଭିନ୍ନ ବ୍ଳକ ରୁ ଆସିଥିବା ଅଭିଯୋଗ ମାନଙ୍କ ଶୁଣାଣି କରିଥିଲେ।ଆଜିର ମିଳିତ ଅଭିଯୋଗ ର ଶୁଣାଣି ରେ ମୋଟ ୩୮ ଗୋଟି ଅଭିଯୋଗ ର ଜିଲ୍ଲାପାଳ ଶ୍ରୀ ଅଖତର ଶୁଣାଣି କରିଥିଲେ।ବୋରିଗୁମ୍ମା ର ରାଜ ସିଂ ବୋରିଗୁମ୍ମା ସହର ରେ ଦୀର୍ଘ ମାସ ହେବ ସିସିଟିଭି କାମ କରୁ ନ ଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ।ତେଣୁ ସହର ମଧ୍ୟରେ ଲଗାଯାଇଥିବା ସିସିଟିଭି ଅଚଳ ହୋଇପଡିଛି।ଏଣୁ ତୁରନ୍ତ ସିସିଟିଭି ମରାମତି କରନ୍ତୁ କିମ୍ବା ନୂତନ ସିସିଟିଭି ସହର ରେ ଲଗାଯାଉ ବୋଲି ଲିଖିତ ଭାବେ ଜଣାଇଥିଲେ।ସିସିଟିଭି ଅଚଳ ଯୋଗୁଁ ସହର ମଧ୍ୟରେ ଅପରାଧୀ ଙ୍କ ଚଳପ୍ରଚଳ ବେଶ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି।ଜିଲ୍ଲାପାଳ ଶ୍ରୀ ଅଖତର ପାଖରେ ବସିଥିବା ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ଆଜିର ମିଳିତ ଅଭିଯୋଗ ଶୁଣାଣି ଶିବିର ରେ କୋରାପୁଟ ଜିଲା ପରିଷଦ ର ସିଡ଼ିଓ, ବ୍ଳକ ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ,ବିଡିଓ ପ୍ରଣୟ ରଞ୍ଜନ ବେହେରା, ତହସିଲଦାର ସୁବାସ ଚନ୍ଦ୍ର ରଇତ,ଏସ୍ଡିପିଓ ମଧୁସିକ୍ତା ମିଶ୍ର, ସିଡିଏମଓ ଡ଼.ଅରୁଣ ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଙ୍କ ସହ ବିଭିନ୍ନ ବିଭାଗ ଯଥା କୃଷି, ରାସ୍ତା ଓ ଗୃହ ନିର୍ମାଣ, ବିଦ୍ୟୁତ, ମୃତ୍ତିକା ସରକ୍ଷଣ ,ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ,ସ୍ୱାସ୍ଥ୍ୟ ଏବଂ ଅନ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଭିଯୋଗ ଶୁଣାଣି ଶିବିର ରେ ଉପସ୍ଥିତ ଥିଲେ।
