ଟି-୨୦ ସିରିଜ୍ ପାଇଁ କୋଲକାତାରେ ପହଞ୍ଚିଲେ ଭାରତୀୟ ଦଳ
କୋଲକାତା : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଭାରତର ନଜର ଟି-୨୦ ସିରିଜ୍ ଜିତିବା ଉପରେ ରହିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ କୋଲକାତା ପହଞ୍ଚିଛି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍ର ପ୍ରଥମ ମୁକାବିଲା ଫେବୃଆରୀ ୧୬ ତାରିଖରେ ଇଡେନ ଗାର୍ଡେନ୍ସରେ ଖେଳାଯିବ । ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଛନ୍ତି ।
ତେବେ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଉପ ଅଧିନାୟକ କେଏଲ ରାହୁଲ ଏବଂ ବାମହାତୀ ଅଫ ସ୍ପିନର ଅକ୍ଷର ପଟେଲ୍ ଏହି ସିରିଜ୍ରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ ଏବଂ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍ କରାଯାଇଛି । ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ରାହୁଲଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ମାଂସପେଶୀ ଟାଣି ଧରିଥିଲା । ଏହି କାରଣରୁ ସେ ଟି-୨୦ ସିରିଜ୍ରୁ ଓହରି ଯାଇଛନ୍ତି । ଅନ୍ୟପଟେ ଅକ୍ଷର ପଟେଲ୍ କରୋନା ଭାଇରସ୍ରୁ ସୁସ୍ଥ ହେବା ପରେ ରିହାବିଲିଟେସନର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି । ତେଣୁ ସେ ମଧ୍ୟ ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି ।
ସୂଚନା ଯେ, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ପରେ ଟି-୨୦ ସିରିଜ୍ ଖେଳାଯିବ । ଫେବୃଆରୀ ୧୬ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳାଯିବ ପ୍ରଥମ ଟି-୨୦ ମୁକାବିଲା । ତେବେ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟ୍କା ଲାଗିଛି । ଦଳର ଉପଅଧିନାୟକ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲ ଆହତ କାରଣୁ ଦଳରୁ ବାଦ୍ ପଡିଛନ୍ତି । ଶୁକ୍ରବାର ଏ ନେଇ ସୂଚନା ଦେଇଛି ବିସିସିଆଇ । ବିସିସିଆଇ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରାହୁଲ ଆହତ ହୋଇଥିଲେ । ତାଙ୍କର ହାର୍ମଷ୍ଟ୍ରିଙ୍ଗ୍ ସମସ୍ୟା ଦେଖାଦେଇଥିଲା । ଯେଉଁଥି ପାଇଁ ସେ ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି । ଅନ୍ୟପଟେ କରୋନାରୁ ସୁସ୍ଥ ହେବାପରେ ଅକ୍ଷର ପଟେଲ ଅଭ୍ୟାସ ଆରମ୍ଭ କରିଛନ୍ତି । କିନ୍ତୁ ଆହତ ସମସ୍ୟା କାରଣରୁ ସେ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି । ଉଭୟ ଖେଳାଳି ଏବେ ବେଙ୍ଗାଲୁରୁ ସ୍ଥିତ ନେସନାଲ୍ କ୍ରିକେଟ୍ ଏକାଡେମୀକୁ ଯିବେ । ସେଠାରେ ପ୍ରଶିକ୍ଷକ ଏବଂ ମେଡିକାଲ ଟିମ୍ ଉଭୟଙ୍କୁ ପରୀକ୍ଷା କରିବା ସହିତ ଅଭ୍ୟାସ କରାଇବେ । ତେବେ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଋତୁରାଜ ଗାୟକୱାଡ ଏବଂ ଦୀପକ ହୁଡ୍ଡାଙ୍କୁ ଟି-୨୦ ସ୍କ୍ୱାଡ୍ରେ ସାମିଲ କରାଯାଇଛି । ପ୍ରଥମ ଟି-୨୦ ଫେବୃଆରୀ ୧୬ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୧୮ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେରେ ଖେଳାଯିବ ।
ଭାରତୀୟ ଟି-୨୦ ଦଳ : ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ୱାଶିଂଟନ ସୁନ୍ଦର, ଇଶାନ କିଷନ, ଋଷଭ ପନ୍ତ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍, ଋତୁରାଜ ଗାଏକୱାଡ, ଦୀପକ ହୁଡ୍ଡା ।
