ସାତପଡ଼ାରେ ନକଲି ମୁକ୍ତା କାରବାର ବୃଦ୍ଧି ପର୍ଯ୍ୟଟକ ଶୋଷଣର ଶିକାର
ପୁରୀ : ନୀଳାମ୍ବୁ ଚିଲିକାର ଅପୂରପ ଦୃଶ୍ୟ ଦେଖିବାପାଇଁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସିଥାନ୍ତି । ପୁରୀରୁ ବ୍ରହ୍ମଗିରି ଦେଇ ସାତପଡ଼ାକୁ ଯାଇଥାନ୍ତି । ସେଠାରୁ ବୋଟ୍ ଯୋଗେ ଚିଲିକା ସମୁଦ୍ର ମୁହାଣ, ରାଜହଂସ ଓ ନଳବଣର ଦୃଶ୍ୟ ଦେଖି ବିମୋହିତ ହୋଇଥାନ୍ତି । ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କୁ କେତେକ ଅସାଧୁ ବେପାରୀ ଠକୁଥିବା ଜଣାପଡ଼ିଛି । ଏ ସଂପର୍କରେ ଯୁବ ଆଇନଜୀବୀ ଚିନ୍ମୟ ଦାଶ ଏକ ସାଂଘାତିକ ଅଭିଯୋଗ ସାମାଜିକ ଗଣମାଧ୍ୟମ ଦ୍ୱାରା ଖୁଲାସା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ପର୍ଯ୍ୟଟକମାନେ ଚିଲିକା, ସାତପଡ଼ା ଯିବାପାଇଁ ଭୟଭୀତ ହେବେ । ଚିଲିକାରେ ଡଲଫିନ୍ ଓ ମୁହାଣ ଦେଖିବାପାଇଁ ଯାଉଥିବା ପର୍ଯ୍ୟଟକଙ୍କ ଅସଲି ମୁକ୍ତାର ମୋହ ଦେଖାଇ ଶାମୁକା ଭିତରୁ ଭାଂଗି ମୁକ୍ତା ଉଦ୍ଧାର କରୁଥିବା ଚଂଚକତା ଦେଖିବାକୁ ମିଳୁଛି । ଏହି ନକଲି ମୁକ୍ତା ଭିତରେ ନଅଟି ରଂଗର ବିନ୍ଦୁ ରହିଥିôବା ବେଳେ ନବଗ୍ରହ କୋପରୁ ଶାନ୍ତି ମିଳିବ ବୋଲି କହି ପର୍ଯ୍ୟଟକଙ୍କୁ ଠକୁଥିବା ଅଭିଯୋଗ ହେଉଅଛି । ଶାମୁକା ଓ ଜେଲିକୁ ଫେବିକ୍ୟୁକ୍ ଅଠାରେ ମୁକ୍ତା ରଖି ପ୍ରସେସିଂ କରାଯାଉଛି । ପରେ ଏହାକୁ ଚିଲିକା ମଝିରେ ଯାଉଥିବା ବେଳେ ମୁକ୍ତାକୁ ଭାଂଗି ପର୍ଯ୍ୟଟକଙ୍କ ଆଗରେ ଦେଖାଉଥିବାରୁ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହେବା ସହ ଅସଲି ଭାବି ବହୁମୂଲ୍ୟ ଦେଇ କ୍ରୟ କରୁଥିବା ଅଭିଯୋଗ ହେଉଛି । ଏହି ମୁକ୍ତାକୁ ଦଶହଜାରରୁ ଆରମ୍ଭ କରି ୬୦ ହଜାର ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଚିଲିକା ବୁଲାଇବା ପାଇଁ ଟ୍ୟାକ୍ସି ମାନେ ଅତି ଆଗ୍ରହ କରୁଥିବା ସହ ମୋଟା ଅଂକର କମିଶନୀ ପାଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ଏସ୍.ପି. ଦୃଷ୍ଟି ଦେବାକୁ ଦାବି ହେଉଛି I
