ଭିସୁଟ୍ର ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା ଛାତ୍ରୀଙ୍କ ମା ୨ ଜଣଙ୍କ ନାଁରେ କଲେ ଥାନାରେ ଅଭିଯୋଗ
ଭୁବନେଶ୍ୱର : ବୁର୍ଲା ପିସି ବ୍ରିଜ୍ରୁ ଡେଇଁ ଥିବା ଭିସୁଟ୍ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ ଦେହ ମିଳିବା ପରେ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ବର୍ଗ ପକ୍ଷରୁ ଅଭିଯୋଗ କରାଯାଇଛି । ତାଙ୍କ ମା’ ବୁର୍ଲା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରର ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସମେତ ୨ ଜଣଙ୍କ ନାଁରେ ଆଇପିସି ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରିଥିବା ଜଣା ପଡିଛି । ଉଲ୍ଲେଖନୀୟ ଯେ ସେ ନିଖୋଜ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ବୁଧବାର ସକାଳେ ବୁର୍ଲା ପାୱାର ଚେନେଲ୍ ନିକଟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ।
