ଆବାସ ଯୋଜନାରେ ବାଦ୍ବ୍ୟକ୍ତିଙ୍କୁ ସଂଯୁକ୍ତଲାଗି ଗଣଧାରଣା
ଜଳେଶ୍ୱର : ସୁଗୋ ପଂଚାୟତର ପ୍ରରୟ ୬୧ଜଣ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରୁ ବଦ୍ ପଡିଥିବା ଯୋଗୁଁ ସେମାନଙ୍କୁ ସଂଯୁକ୍ତ ଲାଗି ସିଆଇଟିଉର ସଂପାଦକ ପଲ୍ଟୁ ଦାସଙ୍କ ନେତୃତ୍ୱରେ ଜଳେଶ୍ୱର ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଘଟଣାରୁ ପ୍ରକାଶ ଗତ ୩୧ ତାରିଖରେ ସୁଗୋ ପଂଚାୟତ ସମ୍ମୁଖରେ ତାଲିକାୁ ବାଦ୍ ପଡିଥିବା ଯୋଗ୍ୟବ୍ୟକ୍ତି ବାଦ୍ ଦିଆଯାଇଥିବାରୁ ଏକ ଆନ୍ଦୋଳନ କାର୍ଯ୍ୟକ୍ରମରେ ବ୍ଳକର ଏବିଡିଓ ପହଞ୍ଚି ତଦନ୍ତ ହେବା ସଂପର୍କରେ ପ୍ରତିଶୃତି ଦେଇଥିଲେ । କିନ୍ତୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ପଲ୍ଟୁ ଦାସ, ଦିଲ୍ଲିପ ଗିରି, ଶିଶିର ହୁଇ, ଦୀପ୍ତିମାନ ଆଚାର୍ଯ୍ୟ, ସବିତା ଭୂୟାଁ, ସିତାଂଶୁ ସେନାପତି, ନିରୋଜ ବେହେରା, ସେକ୍ ଅବଦୁଲ ସାଦ୍ଦିକ ପ୍ରମୁଖଙ୍କ ନେତୃତ୍ୱରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଆନ୍ଦୋଳନକାରୀମାନେ ଜଳେଶ୍ୱର ବିଡିଓ ପୁନମ୍ ରାଉତଙ୍କୁ ଦାବିପତ୍ର ଦେବାପରେ ଏହାର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତ ଦେଇଥିଲେ । ସେହିପରି ନାମ୍ପୋ ପଂଚାୟତର ୩୦ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନଥିବାରୁ ସେ ସଂପର୍କାରେ ମଧ୍ୟ ବିଡିଓଙ୍କୁ ଲିଖିତଭାବେ ଅଭିଯୋଗ ହୋଇଥିବା ଜଣାଯାଇଛି ।
