ବଲାଙ୍ଗୀର ସବୁଠାରୁ ଉତପ୍ତ ସହର
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ସ୍ଥାନୀୟ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ବୁଧବାର ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି । ୪୦.୭ ଡିଗ୍ରୀ ତାପମାତ୍ରା ସହିତ ବଲାଙ୍ଗୀର ସବୁଠାରୁ ଉତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ସେହିପରି ବାରିପଦାରେ ୩୯.୬, ସମ୍ୱଲପୁରରେ ୩୯.୫, ଅନୁଗୁଳରେ ୩୯.୧, ସୁନ୍ଦରଗଡ଼ରେ ୩୯.୦, ତାଳଚେରରେ ୩୯.୦ ଏବଂ ଭୁବନେଶ୍ୱରରେ ୩୬.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
