ବିହାରର ଜାତିଗତ ଜନଗଣନା ବିରୋଧ କରି ହୋଇଥିବା ଆଦେନ ଉପରେ ୨୦ ଜାନୁଆରୀରେ ହେବ ଶୁଣାଣୀ
ନୁଆଦିଲ୍ଲୀ : ସୁପ୍ରିମ କୋର୍ଟ ବିହାରରେ ଜାତିଗତ ଜନଗଣନା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣୀ ପାଇଁ ପୁର୍ଣ ପ୍ରସ୍ତୁତ ଅଛନ୍ତି । ସୁପ୍ରିମ କୋର୍ଟ ଏହି ଆବେଦନ ପ୍ରସଙ୍ଗରେ ୨୦ ଜାନୁଆରୀକୁ ଶୁଣାଣୀ କରିବେ । ବୁଧବାର ଏହି ମାମଲାକୁ ମୁଖ୍ୟ ବିଚାରପତି ଡି ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ଖଣ୍ଡପିଠ ମେନସନ କରିଛନ୍ତି । ଆବେଦନରେ ଜାତିଗତ ଜନଗଣନା ପାଇଁ ୬ ଜୁନ ୨୦୨୨ରେ ବିହାର ସରକାରଙ୍କ ଦ୍ୱାରା ଜାରି ଅଧିସୂଚନାକୁ ରଦ୍ଦ କରିବାକୁ ଦାବି କରାଯାଇଛି । ଏହି ଆବେଦନ ଅଖିଳେଶ କୁମାର କରିଛନ୍ତି । ଆବେଦନରେ କୁହାଯାଇଛି ସରକାରଙ୍କ ଏହି ଅଧିସୂଚନା ସଂମ୍ବିଧାନର ମୁଳ ଭାବନା ବିପକ୍ଷରେ ଯାଉଅଛି । ଆବେଦନରେ ସାତଟି ପଏଂଟ ଅଛି ।
