ବନ ବିଭାଗ ପକ୍ଷରୁ ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ
ବଲାଙ୍ଗିର : କଣ୍ଟାବାଂଝି ବନ ରେଞ୍ଜ କର୍ମଚାରୀ ମାନଂକ ଦ୍ୱାରା ଗତକାଲି ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ କଂଟାବାଂଜି ବନ ବିଭାଗର କଂଟାବାଂଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଲି, ଫରେଷ୍ଟର ଶ୍ରୀଲିଙ୍ଗରାଜ ପୋଢ, ଗାର୍ଡ ଚନ୍ଦ୍ରକାନ୍ତି ସୁନା, ଗାର୍ଡ ପରମାନନ୍ଦ ଭାଟି, ଜଳନ୍ଧର ବନଛୋର, କେଶବ ନାଗଙ୍କ ସହ ବଙ୍ଗୋମୁଣ୍ଡା ରେଂଜର ଜନାର୍ଦ୍ଧନ ଠାକୁର ଓ କଂଟାବାଂଜି ରେଂଜର ଅନ୍ୟ ବନ କର୍ମଚାରୀ ପେଟ୍ରୋଲିଂଗ କରିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢଉ କରି ଏହା ଜବତ ବେଳେ ଡ୍ରାଇଭର ଫେରାର ମାରିଛି । ତାର କୌଣସି ଖୋଜ ଖବର ମିଳିପାରି ନାହିଁ । ଜଂଗଲ ବିଭାଗର ଅଟକଳ ମୁତାବକ ଟ୍ରାକ୍ଟର ନଂ. ଓଡି-୦୩ଟି-୩୭୨୨ରେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ପ୍ରାୟ ୫୫ ସିଏଫ୍ଟି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେବ । ଖବର ମିଳିବା ପର୍ଯ୍ୟନ୍ତ ଟ୍ରାକ୍ଟରର ଗାଡି ମାଲିକ ଏବଂ ଡ୍ରାଇଭରଙ୍କ ଖୋଜ ଖବର ଜଣାପଡି ନଥିବା ବେଳେ ତାକୁ ଖୋଜା ଚାଲିଛି । କଂଟାବାଂଜି ରେଂଜ ୟୁ.ଡି. କେସ ନଂ. ୬ /୧୮/୨୦୨୩ ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।
